www.samajalive.in
Sunday, December 7, 2025
16.1 C
Bhubaneswar

ସୁଆଦିଆ ଫ୍ରାଏ ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ ( ବୋନ ଲେସ )
ରସୁଣ ବଟା – ୫ଚାମଚ
ଅଦା ବଟା – ୪ଚାମଚ
ଧନିଆ ଗୁଣ୍ଡ – ୨ଚାମଚ
ଦହି – ୪ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ୨ଚାମଚ
ଗୋଲମରିଚ ଗୁଣ୍ଡ – ୧ଚାମଚ
ବାଦାମ – ୫ଟି
ଜାଇଫଳ – ୧ଟି
ଭଜା ରସୁଣ – ୪ଟି
କଟା ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଘିଅ – ୩ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ରଖିଦିଅନ୍ତୁ। ଏହାପରେ ଗରମ ପାଣିରେ ପକାଇ ୫ ମିନିଟ ରଖିଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ବାଦାମ ଭାଜି ଦିଅନ୍ତୁ। ଭାଜିବା ପରେ ଏହାକୁ ପାଣିରେ କିଛି ସମୟ ବତୁରାଇ ପେଷି ଏକ ପାତ୍ରରେ ରଖିଦିଅନ୍ତୁ। ଏବେ ପୁଣି ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ। ଏହା ପରେ ଅଦା, ରସୁଣ ବଟା ଲୁଣ,ହଳଦୀ ଗୁଣ୍ଡ ପକାଇ କଷି ଦିଅନ୍ତୁ। ପୁଣି ଧନିଆ ଗୁଣ୍ଡ ଅଳ୍ପ ପାଣି ଦେଇ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଦହି , ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଏହାପରେ ବାଦାମ ପେଷ୍ଟ ପକାଇ ପୁଣି କଷନ୍ତୁ। କିଛି ସମୟ ପରେ ଚିକେନ, ଲୁଣ, ଜାଇତ୍ରି ଫଳ, ଗୋଲମରିଚ ଗୁଣ୍ଡ, ଭଜା ରସୁଣ, ଧନିଆ ପତ୍ର ପକାଇ ସାମାନ୍ୟ ପାଣି ଦେଇ ୧୦ ମିନିଟ ଫୁଟାନ୍ତୁ। ୧୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ ସୁଆଦିଆ ଫ୍ରାଏ ଚିକେନ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories