ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ବାତ୍ୟା ପରବର୍ତୀ ବିଭିନ୍ନ ପ୍ରକଳ୍ପ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଏକ ୱେବ୍ ପୋର୍ଟାଲ ‘ରିବିଲ୍ଡ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ (rebuild.odisha.gov.in)ର ଉନ୍ମୋଚନ କରିଛନ୍ତି।
ଏହି ପୋର୍ଟାଲ ମାଧ୍ୟମରେ ବାତ୍ୟା ଫୋନି ଦ୍ୱାରା ନଷ୍ଟ ହୋଇଥିବା ସରକାରଙ୍କ ଶକ୍ତି, ଗୃହ, ଶିକ୍ଷା, ଅଙ୍ଗନବାଡି ଓ ପାନୀୟ ଜଳ ଯୋଗାଣ ସମ୍ବନ୍ଧୀୟ ପ୍ରକଳ୍ପଗୁଡିକର ତଥ୍ୟ ପ୍ରଦାନ କରାଯାଇ ତାହାର ଥଇଥାନ ଓ ପୁନରୁଦ୍ଧାର ନିମନ୍ତେ ଜନସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯିବ। ବ୍ୟକ୍ତି ବିଶେଷ, କମ୍ପାନୀ, ବିଭିନ୍ନ ସରକାରୀ ଉଦ୍ୟୋଗ ଓ ସଂସ୍ଥା ଏହି ପୋର୍ଟାଲ ମାଧ୍ୟମରେ ପାଣ୍ଠି ପ୍ରଦାନ କରିପାରିବେ।



