www.samajalive.in
Saturday, December 6, 2025
16.1 C
Bhubaneswar

କୁଷ୍ଠ ରୋଗୀଙ୍କ ସେବା ପାଇଁ ଉତ୍ସର୍ଜକ ପଦ୍ମଶ୍ରୀ ଦାମୋଦର ଗଣେଶ ବାପଟଙ୍କ ପରଲୋକ

ନୂଆଦିଲ୍ଲୀ : କୁଷ୍ଠ ରୋଗୀଙ୍କ ସେବା ପାଇଁ ଜୀବନ ଉତ୍ସର୍ଗ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ସମାଜ ସେବୀ ଦାମୋଦର ଗଣେଶ ବାପଟଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୭ ମିନିଟ୍‌ରେ ବିଳାସପୁରର ଅପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲେ। ଦୀର୍ଘ ସମୟ ଧରି ସେ ଶାରୀରିକ ଅସୁସ୍ଥ ଥିଲେ। ଅସହାୟ ଓ କୁଷ୍ଠ ରୋଗୀଙ୍କ ସେବା ପାଇଁ କାତ୍ରେନଗର ଚାମ୍ପରେ ନିର୍ମାଣ ହୋଇଥିବା ସୋନ୍ଥି ଆଶ୍ରମରେ ତାଙ୍କର ଶେଷ ଦର୍ଶନ ପାଇଁ ଆୟୋଜନ କରାଯାଇଛି । ଗତବର୍ଷ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମାଜ ସେବୀ ଦାମୋଦର ଗଣେଶ ବାପଟଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories