www.samajalive.in
Saturday, December 6, 2025
26.1 C
Bhubaneswar

ବକ୍ସ ଅଫିସରେ ତାନାଜୀ-ଛପାକ୍‍: କିଏ ମାରିବ ବାଜି?

ମୁମ୍ବଇ: ବକ୍ସ ଅଫିସରେ ଶୁକ୍ରବାର(୧୦ ଜାନୁଆରୀ) ବଲିଉଡ଼ର ଦୁଇ ବଡ଼ ତାରକାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଅଜୟ ଦେବଗନଙ୍କ ଅଭିନୀତ ଐତିହାସିକ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ‘ଛପାକ୍‍’ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଦୁଇ ଚଳଚ୍ଚିତ୍ରର କାହାଣୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ ମରାଠା ଯୋଦ୍ଧା ତାନାଜୀଙ୍କ ଉପରେ ଆଧାରିତ ହୋଇଥିବା ବେଳେ ‘ଛପାକ୍‍’ ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନର ସଂଘର୍ଷ କାହାଣୀ ଉପରେ ଆଧାରିତ। ଉଭୟ ଚଳଚ୍ଚିତ୍ରକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିଲା। ତେବେ ବକ୍ସ ଅଫିସରେ କିଏ କାହା ଉପରେ ଭାରି ପଡ଼ୁଛି ତାହା ଦେଖିବାର ଅଛି। ପ୍ରଥମ ଦିନରେ କିଏ କେତେ ଆୟ କରିବ, ସେ ନେଇ ଚଳଚ୍ଚିତ୍ର ସମୀକ୍ଷକମାନେ ଆକଳନ କରିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ –

ପ୍ରଥମ ଦିନରେ କେତେ ଆୟ କରିବ ‘ଛପାକ୍‍’?

- Advertisement -

ଦୀପିକା ପାଦୁକୋନ ଓ ବିକ୍ରାନ୍ତ ମେସୀଙ୍କ ଅଭିନୀତ ‘ଛପାକ୍‍’କୁ ସମୀକ୍ଷକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ମାତ୍ର ସତ୍ୟ ଘଟଣା ଉପରେ ଅଧାରିତ ଏହି ଚଳଚ୍ଚିତ୍ରର ପ୍ରଥମ ଦିନ ଆୟକୁ କ୍ଷତି ପହଞ୍ଚିପାରେ। ଦୀପିକାଙ୍କ ଜେଏନୟୁ ଛାତ୍ରଛାତ୍ରୀଙ୍କ ସମର୍ଥନ ଏହାର କାରଣ। ଯେବେଠାରୁ ଦୀପିକା ଜେଏନୟୁ ଯାଇଛନ୍ତି, ସେହିିଦିନଠାରୁ ‘ଛପାକ୍‍’କୁ ବୟକଟ୍‍ କରିବାକୁ ଦାବି ହେଉଛି। ଟ୍ରେଡ଼ ଆନାଲିଷ୍ଟ ଗିରୀଶ ଜୋହରଙ୍କ ଆକଳନ ଅନୁସାରେ, ‘ଛପାକ୍‍’ ପ୍ରଥମ ଦିନରେ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ କରିପାରେ। ଅନ୍ୟ କିଛି ସମୀକ୍ଷକଙ୍କ କହିବାନୁସାରେ, ପ୍ରଥମ ଦିନରେ ‘ଛପାକ୍‍’ ୬-୮ କୋଟି ଟଙ୍କା ଆୟ କରିପାରେ। ଏହାର ବଜେଟ୍‍ ୪୦ କୋଟି ଥିବା ବେଳେ ଏହାକୁ ୧୫୦୦ ପରଦାରେ ମୁକ୍ତିଲାଭ କରାଯାଇଛି।

କେତେ ହେବ ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ର ପ୍ରଥମ ଦିନ ଆୟ?

ମରାଠା ଯୋଦ୍ଧା ତାନାଜୀ ମାଲୁସରେଙ୍କ ବାହାଦୁରୀ ଓ ସାହସର ଗାଥାକୁ ବଖାଣୁଥିବା ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ରେ ଅଜୟ ଦେବଗନ, ସୈଫ୍‍ ଅଲ୍ଲୀ ଖାନ୍‍ ଓ କାଜଲ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’କୁ ‘ଛପାକ୍‍’ଠାରୁ ଅଧିକ ପରଦା ମିଳିଛି। ‘ତାନାଜୀ’ ୩୫୦୦ ପରଦାରେ ମୁକ୍ତିଲାଭ କରିଛି। ସୂଚନା ଅନୁସାରେ, ପ୍ରଥମ ଦିନରେ ‘ତାନାଜୀ’ ପ୍ରାୟ ୧୦ କୋଟି ଟଙ୍କା ଆୟ କରିପାରେ। ଏହାର ବଜେଟ୍‍ ୧୫୦ କୋଟି ଟଙ୍କା ରହିଛି।

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories