www.samajalive.in
Saturday, December 6, 2025
26.1 C
Bhubaneswar

ଦୁଷ୍ୟନ୍ତ ବିଜେପିର ସାଥ୍‍ ଦେଇ ବିଶ୍ୱାସଘାତକତା କରିଛନ୍ତି: ତେଜବାହାଦୁର

ଚଣ୍ଡିଗଡ: ବିଏସ୍‍ଏଫରୁ ନିଲମ୍ବିତ ଯବାନ ତେଜବାହାଦୁର ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ରୁ ଇସ୍ଥଫା ଦେଇଛନ୍ତି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀକରି ଏହା ଘୋଷଣା କରିଛନ୍ତି ତେଜବାହାଦୁର। ଏହି ସାମ୍ବାଦିକ ସମ୍ମିଳନୀରେ ତେଜବାହାଦୁର ଜେଜେପି ଏବଂ ଦୁଷ୍ୟନ୍ତ ଚୌତାଲାଙ୍କ ବିରୋଧରେ ମୁହଁ ଖୋଲି କହିଛନ୍ତି ଦୁଷ୍ୟନ୍ତ ସରକାର ଗଠନରେ ବିଜେପିର ସାଥ୍‍ ଦେଇ ରାଜ୍ୟର ଜନସାଧାରଣଙ୍କ ସହ ବିଶ୍ୱାସଘାତକତା କରିଛନ୍ତି। କାରଣ ଜନସାଧାରଣ ବିଜେପି ବିରୋଧରେ ଜେଜେପିକୁ ଭୋଟ୍‍ ଦେଇଥିଲେ କିନ୍ତୁ ଦୁଷ୍ୟନ୍ତ ନିଜ ସ୍ୱାର୍ଥପାଇଁ ଜନତାଙ୍କ ସ୍ୱାର୍ଥକୁ ବଳି ପକାଇ ଦେଇଛନ୍ତି। ଦୁଷ୍ୟନ୍ତଙ୍କ ଜେଜେପି ବିଜେପିକୁ ସରକାର ଗଠନରେ ସହଯୋଗ ନକରି ବିରୋଧୀ ଆସନରେ ବସିଥିଲେ ରାଜ୍ୟବାସୀଙ୍କ ପାଇଁ ଭଲ ହୋଇଥାନ୍ତା ବୋଲି ତେଜବାହାଦୁର କହିଛନ୍ତି। ଏହା ସହ ତେଜ ବାହାଦୁର କହିଛନ୍ତି ବିଜେପିର ସାଥ ଦେଇ ଜେଜେପି ପ୍ରମାଣ କରିଦେଲାକି ଜେଜେପି ବିଜେପିର ଝିଅ। ବର୍ତ୍ତମାନ ରାଜ୍ୟ ଏବଂ ପଞ୍ଚାୟତର ଜନସାଧାରଣଙ୍କ ସହ ମିଶି ଦୁଷ୍ୟନ୍ତଙ୍କ ବିପକ୍ଷରେ ଏକ ବଡ ଆନ୍ଦୋଳନ କରିବାପାଇଁ ମଧ୍ୟ ସେ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ କରନାଲ ବିଧାନସଭା ଆସନରୁ  ଜେଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ତେଜବାହାଦୁର । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବାହାଦୁର ଶୋଚନୀୟ ପରାଜୟ ବରଣ କରିଥିଲେ। ଏହା ପୁର୍ବରୁ ତେଜବାହାଦୁର ଲୋକସଭା ନିର୍ବାଚନ ସମୟରେ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଭରିଥିଲେ କିନ୍ତୁ ପରେ ନିର୍ବାଚନ ଆୟୋଗ ତାଙ୍କ ନାମାଙ୍କନ ପତ୍ର ରଦ୍ଦ କରିଥିଲେ। ଏହାପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଏସଏଫରେ ଥିବା ବେଳେ ତେଜବାହାଦୁର ଖରାପ ଖାଇବା ଦିଆଯାଉଥିବାର ଏକ ଭିଡିଓ ଜାରି କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ବିଏସଏଫ ତାଙ୍କୁ ବରଖାସ୍ତ କରିଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories