www.samajalive.in
Wednesday, December 10, 2025
18.1 C
Bhubaneswar

ପଛଘୁଞ୍ଚା ଦେବେନି ସରକାର, ଯେତେ ବିକ୍ଷୋଭ କରିବା କଥା କର – ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ପ୍ରାୟ ଏକ ମାସ ହେବ ବିକ୍ଷୋଭ ଓ ପ୍ରଦର୍ଶନ ଲାଗି ରହିଥିବା ବେଳେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯେଉଁମାନେ ବିକ୍ଷୋଭ କରିବାକୁ ଚାହୁଁଛନ୍ତି ସେମାନେ କରୁଥାନ୍ତୁ କିନ୍ତୁ କେନ୍ଦ୍ର ସରକାର ଏହି ଆଇନ ଲାଗୁ କରିବା କ୍ଷେତ୍ରରେ ପଛଘୁଞ୍ଚା ଦେବେ ନାହିଁ। ଆଜି ଲକ୍ଷ୍ନୌଠାରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ଅମିତ ଶାହା କହିଛନ୍ତି, ଏହି ନାଗରିକତା ସଂଶୋଧନ ଆଇନ ଭାରତୀୟ ନାଗରିକଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ। କୌଣସି ନାଗରିକଙ୍କ ନାଗରିକତ୍ବ ଛଡ଼ାଇ ନେବା ଏହାର ଉଦ୍ଦେଶ୍ୟ ନୁହେଁ।

ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଏ ଆଇନକୁ ନେଇ ସରକାରଙ୍କୁ ସମାଲୋଚନା କରୁଥିବା ରାଜନୈତିକ ଦଳ ଗୁଡିକ ଆଜାତୀୟତା ବିରୋଧୀ କାର୍ଯ୍ୟ କରୁଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଜବାହାରଲାଲ ନେହେରୁ ବିଶ୍ଵବିଶ୍ୱାଳୟରେ ସୃଷ୍ଟି ହୋଇଥିବା ପରିସ୍ତିତିକୁ ସେ ନାପସନ୍ଦ କରିବ ସହ ଭାରତକୁ ଖଣ୍ଡ ଖଣ୍ଡ କରିବା କହୁଥିବା ଲୋକଙ୍କୁ ଜେଲ ପଠାଇବା ଆବଶ୍ୟକ ବୋଲି ଜୋର ଦେଇଛନ୍ତି। ଜେଏନୟୁରେ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଲୋକଙ୍କୁ ଜେଲ ପଠାଇବା ଆବଶ୍ୟକ କି ନୁହେଁ, ସେ ଉପସ୍ଥିତ ଜନତାଙ୍କୁ ପଚାରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories