www.samajalive.in
Thursday, December 11, 2025
23.1 C
Bhubaneswar

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପଲସ ପୋଲିଓ ଅଭିଯାନ

ମୋହନା :  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ପଲସ ପୋଲିଓ ଅଭିଯାନ ଚାଲୁରଖିବା ପାଇଁ ନିର୍ଦ୍ଧେଶ ରହିଥିଲା। ଏହି ପରିପେକ୍ଷୀରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ଳକରେ ରହିଥିବା ୩୯ଟି ପଞ୍ଚାୟତରେ ପଲସ ପୋଲିଓ ଅଭିଯାନ କାର୍ଯ୍ୟକ୍ରମ ଶେଷ ହୋଇଛି। ଜନ୍ମରୁ ୫ ବର୍ଷର ସମସ୍ତ ଶିଶୁଙ୍କୁ ପୋଲିଓ ଦିଆଯାଇଥିବା ଜଣାପଡିଛି। ମୋହନା ବ୍ଲକରେ ୦-୫ ବର୍ଷ ଶିଶୂ ସଂଖ୍ୟା ୧୯ ହଜାର ୨ ଶହ ରହିଥିବା ବେଳେ ୧୮ ହଜାର ୬ ଶହ ୨୪ ଜଣ ଶିଶୁଙ୍କୁ ପୋଲିଓ ଦୁଇ ବୁନ୍ଦା ଖୁଆଯାଇଥିଲା। ମୋହନା ବ୍ଳକର ଦୁର୍ଗମ ଅଞ୍ଚଳ ଗରଡମା, କଟାମା, ପାଣିଗଣ୍ଡା, ଡେଙ୍ଗାସଖାଲ, ଗୁଲୁବା, ମାଣ୍ଡିମେରା, ରାଇପଙ୍କା,ଚୁଡଙ୍ଗପୁର, ଅନ୍ତରବା ଓ ବିରିକୋଟ ଆଦି ଗ୍ରାମକୁ କର୍ତବ୍ୟରତ ଆଶା କର୍ମୀ, ଅଙ୍ଗନାବାଡୀ କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ, ବ୍ଳକ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ଭାରପ୍ରାପ୍ତ ଚିିକିତ୍ସା ଅଧିକାରୀ, ବିପିଏମୟୁ ୟୁନିଟ୍‍, ଡବ୍ଲ୍ୟୁଏଚଓ, ଡାକ୍ତର, ଆଶା ମ୍ୟାନେଜର, ଭିବିଡି କନସଟେନ, ବିଏମଆର ସିଏଚ କର୍ମୀ ୩ ଦିନ ଧରି ମୋହନା ବ୍ଳକର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳକୁ ପରିଦର୍ଶନ କରିବା ସହ ପୋଲିଓ ଦୁଇ ବୁନ୍ଦା ଶିଶୁମାନଙ୍କୁ ଖୁଆଇଥିଲେ। ମୋହନା ବ୍ଳକର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ ପୋଲିଓ ବୁନ୍ଦାଗେ୍ଧାର କରାଯାଇଥିବା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡ.ନମିତା ପଣ୍ଡା କହିଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories