www.samajalive.in
Monday, December 8, 2025
14.1 C
Bhubaneswar

ମୋବାଇଲ୍ ଟ୍ରାକିଂ ପଦ୍ଧତିରେ କ୍ୱାରେଣ୍ଟାଇନଙ୍କୁ ଜଗିବେ ସରକାର

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ଘରେ କ୍ୱାରେଣ୍ଟାଇନରେ ରହିଥିବା ବ୍ୟକ୍ତିଙ୍କୁ ଟ୍ରାକିଂ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ପ୍ରଶାସନଗୁଡିକୁ କହିଛି। ଟେଲିକମ୍ ବିଭାଗର ମୋବାଇଲ୍ ନେଟୱାର୍କ ଟାୱାର ଡାଟା ବ୍ୟବହାର କରି କ୍ୱାରେଣ୍ଟାଇନରେ ରହିଥିବା ଲୋକଙ୍କୁ ଟ୍ରାକ୍ କରିବାର କ୍ଷମତା ରାଜ୍ୟ ପ୍ରଶାସନଗୁଡିକୁ ପ୍ରଦାନ କରାଯାଉଛି। ବିଗତ ଦିନ ଗୁଡିକରେ କ୍ୱାରେଣ୍ଟାଇନରେ ଥିବା କିଛି ଲୋକ ନିୟମ ଅନୁପାଳନ ପରିବର୍ତ୍ତେ ବାହାରେ ବୁଲିବା ଓ ଅନ୍ୟମାନଙ୍କ ସହ ମିଶିବା ଭଳି କାର୍ଯ୍ୟ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ସୁବିଧା ବ୍ୟବହାର କରି ସ୍ଥାନୀୟ ପ୍ରଶାସନ ସେମାନଙ୍କ ଗତିବିଧି ସମ୍ପର୍କରେ ଜାଣିବା ସହ ଏସଏମଏସ ବାର୍ତ୍ତା ମଧ୍ୟ ପଠାଇ ପାରିବେ।

ଯଦିଓ ପୂର୍ବରୁ କେତେକ ରାଜ୍ୟର ଅଧିକାରୀମାନେ ମୋବାଇଲ ନେଟୱାର୍କ ବ୍ୟବହାର କରି କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଉପରେ ନଜର ରଖୁଛନ୍ତି, କିନ୍ତୁ ଅନ୍ୟ ରାଜ୍ୟଗୁଡିକୁ ଏହି ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ଆଇନଗତ ଦିଗ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରୁଛି। ଏହି ସେବାର ପ୍ରଥମ ବ୍ୟବସ୍ତା ହେଉଛି ଯେ ଯଦି କ୍ୱାରେଣ୍ଟାଇନରେ ଥିବା ଲୋକ ନିର୍ଦ୍ଦିଷ୍ଟ ଭୌଗଳିକ ସୀମାରେଖା ବାହାରକୁ ଯାଆନ୍ତି କିମ୍ବା ନିର୍ଦ୍ଧାରିତ ଟାୱାର ବାହାରକୁ ଯାଆନ୍ତି, ସେ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ ଆସିଥାଏ। ଦ୍ଵିତୀୟ ବ୍ୟବସ୍ଥାରେ ଯଦି କ୍ୱାରେଣ୍ଟାଇନରେ ଥିବା ଲୋକ ନିଜ ମୋବାଇଲ ସ୍ଵିଚ ଅଫ ରଖନ୍ତି ତେବେ ସେ କ୍ଷେତ୍ରରେ ମଧ୍ୟ ଆଲର୍ଟ ପଠାଯାଇଥାଏ।

- Advertisement -

ଟେଲିକମ୍ ବିଭାଗରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା ପାଇଁ ଏହି ବ୍ୟବସ୍ଥାରେ ବ୍ୟବହୃତ ଉପକରଣଗୁଡିକ ସି-ଡଟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ସେବା ସମସ୍ତ ଆଞ୍ଚଳିକ ଭାଷାରେ ଉପଲବ୍ଧ ଏବଂ ଏପର୍ଯ୍ୟନ୍ତ କୋଭିଡ -୧୯ ସମ୍ବନ୍ଧୀୟ ଯୋଗାଯୋଗ ପାଇଁ ଏହା ମାଧ୍ୟମରେ ୨୬ ନିୟୁତ ବାର୍ତ୍ତା ପଠାଯାଇଛି |

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories