www.samajalive.in
Sunday, December 7, 2025
26.1 C
Bhubaneswar

ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସ : ଜାତୀୟ କାର୍ଯ୍ୟକ୍ରମ ପାଇଁ ୫ଟି ସହର ମନୋନୀତ

ନୂଆଦିଲ୍ଲୀ : ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଦିଲ୍ଲୀ, ସିମ୍‍ଳା, ମହୀଶୂର, ଅହମ୍ମଦାବାଦ ଓ ରାଞ୍ଚି ଭଳି ୫ଟି ସହରକୁ ମନୋନୀତ କରିଛନ୍ତି ।

ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଏହା କେନ୍ଦ୍ର ସରକାରଙ୍କର ପ୍ରଥମ ବୃହତର ସର୍ବସାଧାରଣ କାର୍ଯ୍ୟକ୍ରମ ହେବ । ସରକାରୀ ସୂତ୍ରରେ କୁହାଯାଇଛି, ଏହି ସହରଗୁଡ଼ିକର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେଗୁଡ଼ିକୁ ଚୂଡ଼ାନ୍ତ କରିବ । ଆସନ୍ତା ୨୧ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଯଦି ଅନୁମୋଦିତ ହୋଇଯାଏ, ତେବେ  ରାଜଧାନୀ ଦିଲ୍ଲୀ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକ୍ରମର ଆୟୋଜନ କରିବ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲୀର ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନରେ ଶନିବାର ଠାରୁ ଏକ ଦୁଇଦିନିଆ ଯୋଗ ମହୋତ୍ସବ ଆରମ୍ଭ ହୋଇଛି । ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏଥିରେ ଯୋଗ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ ୨୦୧୪ ମସିହାରେ ଜାତିସଂଘଦ୍ୱାରା ଜୁନ୍‍ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories