www.samajalive.in
Thursday, December 11, 2025
15.1 C
Bhubaneswar

ନିମୋନିଆ ଡର : ସତର୍କ କଲା କେନ୍ଦ୍ର

ଭୁବନେଶ୍ବର : କରୋନା ପରେ ଏବେ ଚୀନରେ ନିମୋନିଆ ଭୟ। କରୋନା ଭଳି ନିମୋନିଆ ଯେପରି ମାରାତ୍ମକ ନହେବ ସେଥିପ୍ରତି କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଭୟଭୀତ ନହେବା ସହିତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବା ଓ ହସ୍ପିଟାଲର ସ୍ଥିତି ସମୀକ୍ଷା କରିବାକୁ କହିଛନ୍ତି।
ନିମୋନିଆ ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି। ସବୁ ଚିକିତ୍ସାଳୟରେ ମାନବସମ୍ବଳ, ଭିତ୍ତିଭୂମି, ଶଯ୍ୟା, ଭେଣ୍ଟିଲେଟର, ପରୀକ୍ଷା କିଟ ଓ ଔଷଧ ସମ୍ବନ୍ଧିତ ଉପରେ ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। ଆତଙ୍କିତ ହେବାର କୌଣସି କାରଣ ନାହିଁ। ଚୀନରେ ଏଭଳି ସ୍ଥିତି ଉପୁଜିଥିବାବେଳେ କେନ୍ଦ୍ର ସରକାର ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ରାଜ୍ୟଗୁଡିକ ମଧ୍ୟ ଭୟଭୀତ ନହୋଇ ଏ ବାବଦରେ ଆବଶ୍ୟକ ସମୀକ୍ଷା କରନ୍ତୁ। ଚୀନ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଆମକୁ ସତର୍କ ରହିବାକୁ ପଡିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ମୁକାବିଲା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଭୟଭୀତ ହେବାର ଆବଶ୍ୟକତା ନାହିଁ; କିନ୍ତୁ ଆମକୁ ସତର୍କ ଓ ସଚେତନ ରହିବାକୁ ପଡ଼ିବ। ଏନେଇ ବିଭିନ୍ନ ଚିକିତ୍ସାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ରହିଛି ଏବଂ ନିର୍ଦେଶନାମା ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। କେନ୍ଦ୍ର ସରକାରଙ୍କ ନିର୍ଦେଶନାମା ଅନୁସାରେ ରାଜ୍ୟ ସମସ୍ତ ଭେଷଜ ମହାବିଦ୍ୟାଳୟ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅବଗତ କରାଯାଇଛି। ସୂଚନା ଅନୁସାରେ କରୋନା ଭଳି ଚୀନରେ ଏବେ ନିମୋନିଆ ବ୍ୟାପୁଛି। ବିଶେଷ କରି ପିଲାମାନେ ନିମୋନିଆରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡ଼ୁଛନ୍ତି। ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡିଥିବାରୁ ଅନେକ ସ୍କୁଲରେ ପାଠପଢା ବନ୍ଦ ରହିଛି। ଚୀନରେ ଏହି ରୋଗରେ ଦିନକୁ ୭ ହଜାରରୁ ଅଧିକ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories