www.samajalive.in
Monday, December 8, 2025
13.1 C
Bhubaneswar

କନ୍ଧମାଳ ଜିଲାରେ ଜଳ ଉତ୍ସ ଗଣନା, ତଥ୍ୟ ସଂଗ୍ରହ କଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପ୍ରତିନିଧି ଦଳ

ଫୁଲବାଣୀ: ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ହେବାକୁ ଥିବା ସପ୍ତମ କ୍ଷୁଦ୍ର ଜଳ ସେଚନ ଭଣ୍ଡାର ଗଣନା, ଦ୍ୱିତୀୟ ପୂର୍ଣ୍ଣାଙ୍ଗ ଜଳ ଉତ୍ସ ଭଣ୍ଡାର ଗଣନା ଏବଂ ପ୍ରଥମ ମଧ୍ୟମ ଓ ବୃହତ ଜଳ ଉତ୍ସ ଭଣ୍ଡାର ଗଣନା ଯୋଜନାରେ କନ୍ଧମାଳକୁ ପାଇଲଟ୍ ଜିଲା ଭାବେ ଗ୍ରହଣ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ଏକ ୬ ଜଣିଆ ଟିମ ଦୁଇଦିନିଆ ଗସ୍ତରେ ଆସି ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ  ତଥ୍ୟ ସଂଗ୍ରହ କରିଛନ୍ତି। କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଅଜୟ ବକ୍ସିଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ମୋବାଇଲ୍ ଆପ୍ ମାଧ୍ୟମରେ ହେବାକୁ ଥିବା ଜଳ ସେଚନ ପ୍ରକଳ୍ପ ଗଣନା ଠିକ୍ ଭାବରେ ହେଉଛି କି ନାହିଁ ତାହାର ନିରୀକ୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ସିଂହ, ନିହାରିକା ସିଂହ, ଗିତିକା ସେଠୀ,  ତ୍ରିଲୋଚନ ସିଂହ, ଡ଼.ପିନାକ ମିଶ୍ର ଟିମରେ ସାମିଲ ଥିଲେ । ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ସରୋଜ ମୋହନ ପଣ୍ଡା, ପରିସଂଖ୍ୟାନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକ ମଧ୍ୟ ଯୋଗ ଦେଇଥିଲେ । କନ୍ଧମାଳ ଜିଲା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଭୀମସେନ ବାର୍ଲା ଖଜୁରିପଡ଼ା, ଫୁଲବାଣୀ, ଫିରିଙ୍ଗିଆ ବ୍ଲକର ବିଭିନ୍ନ ଜଳଉତ୍ସ ଗସ୍ତକରି ମୋବାଇଲ୍ ଆପ୍ ଦ୍ୱରା ପରୀକ୍ଷଣ କରାଇଥିଲେ। କ୍ଷେତ୍ର ପରିଦର୍ଶନରେ ପରିସଂଖ୍ୟାନ ଅଧିକାରୀ ବନମାଳି ମହାପାତ୍ର ସହଯୋଗ କରିଥିଲେ। ଏହି ଗସ୍ତ ଅବସରରେ କେନ୍ଦ୍ରୀୟ ଦଳ କନ୍ଧମାଳ ଜିଲାପାଳ ଅମ୍ରିତ୍ ଋତୁରାଜଙ୍କ ସହିତ ସାକ୍ଷାତ କରି ଅଗାମୀ ଦିନରେ ହେବାକୁ ଥିବା କ୍ଷୁଦ୍ର ଜଳସେଚନ ଗଣନା ଯେଭଳି ଭାବେ ସୁଚାରୁରୂପେ ସଂପୂର୍ଣ୍ଣ ହୋଇ ପାରିବ ସେ ଉପରେ ବିଷଦ ଆଲୋଚନା କରିଥିଲେ । ଜିଲାପାଳ ଏହି ସର୍ଭେରେ ଜଳ ଉତ୍ସର ମହତ୍ୱ ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଜିଲାପାଳଙ୍କ ସହିତ ଆଲୋଚନା ବେଳେ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଇଂ.ମନୋରଂଜନ ହାଂସଦା ଓ ଯନ୍ତ୍ରୀ ଇଂ. ହିତେଶ କୁମାର ସାହୁ ଉପସ୍ଥିତ ଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories