www.samajalive.in
Wednesday, December 10, 2025
26.1 C
Bhubaneswar

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ ସଂସ୍ଥାଗୁଡ଼ିକୁ କେନ୍ଦ୍ରର ୪ ହଜାର ୬୦୮ କୋଟି ଅନୁଦାନ

ସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ଆର୍ଥିକ ଅନୁଦାନ ବାବଦରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ୪ ହଜାର ୬୦୮ କୋଟି ଟଙ୍କା ଦିଆଯାଇଛି। ଏହି ଅର୍ଥ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ ସଂସ୍ଥାଗୁଡ଼ିକ ପାଇଁ ଦିଆଯାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଏହି ଅନୁଦାନ ରାଜ୍ୟମାନଙ୍କୁ ଦିଆଯାଇଛି। ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ଏହି ବାବଦରେ ୮୭ ହଜାର ୪୬୦ କୋଟି ଟଙ୍କା ଦେଇଥିଲେ। ସେଥିମଧ୍ୟରୁ ୬୦ହଜାର ୭୫୦ କୋଟି ଟଙ୍କା ଗ୍ରାମାଞ୍ଚଳ ସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ବେଳେ ସହରାଞ୍ଚଳ ସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ୨୬ହଜାର ୭୧୦ କୋଟି ଟଙ୍କା ଦିଆଯାଇଥିଲା।


ଗ୍ରାମାଞ୍ଚଳ ସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ଏହି ଅର୍ଥ ପରିମଳ ଏବଂ ବାହ୍ୟ ମଳମୁକ୍ତ ପରିଚାଳନା, ପାନୀୟ ଜଳ ଯୋଗାଣ, ବର୍ଷା ଜଳ ଅମଳ ଏବଂ ଜଳଚକ୍ର କାର୍ଯ୍ୟକାରିତା ପାଇଁ ଖର୍ଚ୍ଚ କରାଯିବ। ସହରାଞ୍ଚଳ ସ୍ୱାୟତ ସଂସ୍ଥାଗୁଡ଼ିକ ଦ୍ୱାରା ବାୟୁର ମାନରେ ଉନ୍ନତି ଆଣିବା, କଠିନ ବର୍ଯ୍ୟବସ୍ତୁ ପରିଚାଳନା ଓ ପରିମଳ ବାବଦରେ ଏହି ଅର୍ଥକୁ ଖର୍ଚ୍ଚ କରାଯିବ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories