www.samajalive.in
Sunday, December 7, 2025
16.1 C
Bhubaneswar

ଲଦାଖର ବିକାଶ ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ – ଅମିତ ଶାହା

ଲଦାଖର ବିକାଶ ତଥା ଏହାର ଭୂମି ଓ ସଂସ୍କୃତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଲଦାଖର ଏକ ଦଶଜଣିଆ ପ୍ରତିନିଧି ଦଳ ଶ୍ରୀ ଶାହାଙ୍କୁ ସାକ୍ଷାତ କରିବା ଅବସରରେ ସେ ଏହା କହିଛନ୍ତି। ଲଦାଖର କଠିନ ଭୌଗୋଳିକ ସ୍ଥିତି ଏବଂ ଦେଶର ରଣନୀତି ଦୃଷ୍ଟିରୁ ଏହି ଅଞ୍ଚଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିନିଧି ଦଳ ଲଦାଖର ଭାଷା, ସଂସ୍କୃତି ଓ ଭୂମିର ସୁରକ୍ଷା ସହିତ ଏହାର ବିକାଶରେ ଲଦାଖବାସୀଙ୍କର ଅଂଶଗ୍ରହଣ, ନିଯୁକ୍ତି କ୍ଷେତ୍ରରେ ସୁରକ୍ଷା ତଥା ଲଦାଖ ଅଞ୍ଚଳର ଜନସଂଖ୍ୟା ତନ୍ତ୍ରର ପରିବର୍ତ୍ତନ ଆଦି ପ୍ରସଙ୍ଗକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରି ଲଦାଖବାସୀଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିବାରେ ମୋଦୀ ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଲଦାଖର ଭାଷା, ସଂସ୍କୃତି ଓ ଏହାର ଭୂମିର ସୁରକ୍ଷା ଆଦି ପ୍ରସଙ୍ଗଗୁଡ଼ିକର ଉପଯୁକ୍ତ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଏହିସବୁ ପ୍ରସଙ୍ଗର ସମାଧାନ ଲାଗି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ ବୋଲି ଶ୍ରୀ ଶାହା ପ୍ରତିନିଧି ମଣ୍ଡଳୀକୁ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories