www.samajalive.in
Saturday, December 6, 2025
16.1 C
Bhubaneswar

ସେନାକୁ ସୁରକ୍ଷା, ୧ ଲକ୍ଷ ବୁଲେଟ୍‍ପ୍ରୁଫ୍‍ ଜ୍ୟାକେଟ୍‍ ହସ୍ତାନ୍ତର କଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ

କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉତ୍ସବରେ ସେନାଧ୍ୟକ୍ଷ ଜେନେରାଲ ଏମ୍‍.ଏମ୍‍. ନରୱଣେଙ୍କୁ ଏକଲକ୍ଷ ବୁଲେଟ୍‍ପ୍ରୁଫ୍‍ ଜ୍ୟାକେଟ୍‍ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଶ୍ରୀ ନରୱଣେ କହିଛନ୍ତି ଶତ୍ରୁ ସହିତ ସଂଗ୍ରାମରତ ଆମ ବୀର ଯବାନମାନଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଯବାନମାନଙ୍କ ନିରାପତ୍ତା ଉପରେ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଯବାନମାନଙ୍କୁ ସବୁ ସମୟରେ ସର୍ବୋତ୍କୃଷ୍ଟ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷା ଉପକରଣ ଯୋଗାଇବାକୁ ସରକାର ସୁନିଶ୍ଚିତ କରିବେ ଏବଂ ଏହା ସବୁବେଳେ ପ୍ରାଥମିକତାର ପ୍ରସଙ୍ଗ ହୋଇ ରହିବ।

ଏହି ବୁଲେଟ୍‍ପ୍ରୁଫ୍‍ ଜ୍ୟାକେଟ୍‍ର ହସ୍ତାନ୍ତରଣ ପାଇଁ ଧାର୍ଯ୍ୟ ତାରିଖର ୪ ମାସ ପୂର୍ବରୁ ଏସବୁକୁ ବିତରଣ କରିଥିବାରୁ ଶ୍ରୀ ନାୟକ ଏହାର ନିର୍ମାଣକାରୀ ସଂସ୍ଥା ଏସଏମପିପି ପ୍ରାଇଭେଟ୍‍ ଲିମିଟେଡ୍‍କୁ ପ୍ରଶଂସା କରିଛନ୍ତି। ମନ୍ତ୍ରୀ କହିଛନ୍ତି ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ବୁଲେଟପ୍ରୁଫ୍‍ ଜ୍ୟାକେଟ୍‍ଗୁଡ଼ିକ ଦେଶରେ ପ୍ରସ୍ତୁତ ହେବା ସହ ସମଗ୍ର ବିଶ୍ୱକୁ ଏହା ରପ୍ତାନୀ କରାଯାଇ ପ୍ରତିରକ୍ଷା କ୍ଷେତ୍ରର ସୁରକ୍ଷା ଉପକରଣ ପ୍ରସ୍ତୁତିରେ ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିପାରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories