www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ବାଚନୀ ହିଂସାକୁ ନେଇ ପଶ୍ଚିମବଙ୍ଗକୁ ଗୃହ ମନ୍ତ୍ରଣାଳୟର କଡା ଚେତାବନୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଲାଗିରହିଥିବା ନିର୍ବାଚନ ପରବର୍ତ୍ତୀ ହିଂସାଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅତ୍ୟନ୍ତ କ୍ଷୁବ୍ଧ ହୋଇଛି। ମନ୍ତ୍ରଣାଳୟ ସଚିବ ରାଜ୍ୟକୁ ପତ୍ରଲେଖି କଡା ଚେତାବନୀ ଦେଇଛନ୍ତି। ଚଳିତ ମାସ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ପଶ୍ଚିମବଙ୍ଗରେ ଯେଉଁଭଳି ହିଂସା, ପୋଡାଜଳା ଘଟଣା ଘଟୁଛି ତାହାକୁ ନେଇ ଗଭୀର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛି ଗୃହ ମନ୍ତ୍ରଣାଳୟ। ମମତା ବାନାର୍ଜୀ ରାଜ୍ୟରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ମନ୍ତ୍ରଣାଳୟର ସଚିବ ଅଜୟ ଭାଲ୍ଲା ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଆଉଏକ ପତ୍ର ଲେଖିଛନ୍ତି। ଏଥିରେ ରାଜ୍ୟରେ ଘଟୁଥିବା ନିର୍ବାଚନୀ ହିଂସା ରୋକିବା ଦିଗରେ କି ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ କାହିଁକି କେନ୍ଦ୍ରକୁ ଜବାବ ଦିଆଯାଇନାହିଁ, ତାହାର କାରଣ ତଲବ କରାଯାଇଛି।
ଶ୍ରୀ ଭାଲ୍ଲା କହିଛନ୍ତି ଏପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଥମ ଚିଠିର ଜବାବ ଦେଇନଥିବାରୁ ଏହି ଦ୍ୱିତୀୟ ଚିଠିକୁ ଗୁରୁତ୍ୱର ସହିତ ଗ୍ରହଣ କରିବାକୁ ହେବ। ହିଂସା ରୋକିବାକୁ କାହିଁକି ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ ତାହା ଜାଣିବାକୁ ମଧ୍ୟ ଚାହିଁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ। ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଏହା ନିଜର ଉପ ମହାନିରୀକ୍ଷକ (ତଦନ୍ତ)ଙ୍କୁ ଏକ ଦଳ ଗଠନ କରି ଘଟଣାର ଅନୁଧ୍ୟାନ କରିବାକୁ କହିଛନ୍ତି। ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ଏବଂ ଦୁଇସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଏଭଳି ହିଂସା ଘଟଣାକୁ ଭାଜପା ଏବଂ ବାମଦଳଗୁଡିକ ମଧ୍ୟ ନିନ୍ଦା କରିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories