www.samajalive.in
Saturday, December 6, 2025
16.1 C
Bhubaneswar

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି। ସିବିଆଇର ୮ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ କ୍ୱାଟର୍ସରେ ପହଞ୍ଚି ଚଢ଼ାଉ ଜାରି ରଖିଛନ୍ତି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲିଙ୍କକୁ ନେଇ ସିବିଆଇ ଖୋଳତାଡ଼ କରୁଛି। ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ପହଞ୍ଚିବା ପରେ ସିବିଆଇର ୮ଜଣିଆ ଟିମ ସହିତ କଥା କଟାକଟି ହୋଇଥିଲା। ଏପରିକି ସିବିଆଇ ଅଧିକାରୀଙ୍କୁ ବିଷ୍ଣୁପଦ ସେଠୀ ଠିକ ଭାବେ ବ୍ୟବହାର କରିନଥିବା ଅଭିଯୋଗ ହୋଇଛି। ପରବର୍ତ୍ତି ସମୟରେ ବିଷ୍ଣୁପଦ ସେଠୀଙ୍କ ସହିତ ସିବିଆଇର ୮ ଜଣିଆ ଟିମ ଆଲୋଚନା କରିଥିଲେ ଏବଂ ଚଢ଼ାଉ ପାଇଁ କ୍ୱାର୍ଟର୍ସରେ ଭିତରକୁ ପ୍ରବେଶ କରିଥିଲେ।

ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ସିବିଆଇର ୮ ଜଣିଆ ଟିମ ଅନ୍ୟାୟ ଭାବେ ମୋ ସରକାରୀ କ୍ୱାର୍ଟର୍ସରେ ପ୍ରବଶ କରିଛନ୍ତି। ମୋର ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍‌ଟିଡିର ଗ୍ରୁପ୍ କିମ୍ବା ଏହାର ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀ ଓ ଅନ୍ୟମାନଙ୍କ ସହ କୌଣସି ଲିଙ୍କ ନାହିଁ। ମୋ ନାମରେ ଯେହେତୁ ମାମଲା ନାହିଁ, ଯେକୌଣସି ତଦନ୍ତ ସେମାନେ ନିରପେକ୍ଷ ଭାବେ କରିପାରିବେ ବୋଲି ବିଷ୍ଣୁପଦ ସେଠୀ ପ୍ରକାଶ କରିଥିଲେ।

- Advertisement -

ଅପରପକ୍ଷରେ ସିବିଆଇ ଟିମ ପକ୍ଷରୁ କ୍ୟାପିଟାଲ ଥାନାକୁ ଖବର ଦିଆଯାଇଥିଲା ଏବଂ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ସରକାରୀ କ୍ୱାର୍ଟର୍ସରେ କ୍ୟାପିଟାଲ ଥାନା ପୁଲସି ପହଞ୍ଚି ଥିବା ଜଣାପଡ଼ିଛି।

ଏଠାରେ ସୂଚନା ଯୋଗ୍ୟ ଯେ ରାଜଧାନୀ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପଠାଇଥିଲା। ସିବିଆଇ ପଠାଇଥିବା ସମନରେ ଉଲ୍ଲେଖ କରାଯାଇଥିଲା ଯେ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍‌ଟିଡିର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀ ଓ ଅନ୍ୟମାନଙ୍କ ନାମରେ ନୂଆଦିଲ୍ଲୀରେ ସିବିଆଇର ଏସି-ଟୁରେ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ଆପଣଙ୍କ ପାଖରେ ଏ ମାମଲା ସଂକର୍ପିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ସୂଚନା ମିଳିଛି, ଯାହାକୁ ଆପଣଙ୍କଠାରୁ ନିଶ୍ଚିତ କରିବା ଜରୁରୀ। ତେଣୁ ଡିସେମ୍ବର ୧୧ ତାରିଖ ପୂର୍ବାହ୍ନ ୧୦ଟା ବେଳେ ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଆସି ତଦନ୍ତରେ ସହଯୋଗ କରିବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି। ପରବର୍ତ୍ତି ସମୟରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ ନିଜ ପକ୍ଷ ରଖିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ୩ଜଣ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଥିଲା। ଆଜି ତାଙ୍କର ସକାରୀ କ୍ବାର୍ଟର୍ସରେ ସିବିଆଇ ଚଢାଉ ଆରମ୍ଭ କରିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories