ବିହାର: ଗୋଖାଦ୍ୟ ଦୁର୍ନୀତି ମାମଲା । ଆସନ୍ତା ୧୫ ଫେବ୍ରୁଆରୀ ହେବ ଶୁଣାଣି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଏହି ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ ହୋଇଥିଲା । ସେହ ଅଭିଯୋଗ ଉପରେ ଆସନ୍ତା ୧୫ ତାରିଖରେ ଶୁଣାଣି କରାଯିବ । ଏଥିଲାଗି ଆଜି ଲାଲୁ ପ୍ରସାଦ ଯାଦବ ରାଞ୍ଚିରେ ପହଞ୍ଚିଛନ୍ତି । ୯୫୦ କୋଟି ଟଙ୍କାର ଏହି ଦୁର୍ନୀତି ହୋଇଥିଲା । ଏହି ଘଟଣାରେ ଡୋରଣ୍ଡ ଟ୍ରେଜରୀର ସମ୍ପୃକ୍ତି ମଧ୍ୟ ରହିଛି । ଲାଲୁ ଏହିଘଟଣାରେ ଜାମିନ ପାଇବା ପରେ ବର୍ତ୍ତମାନ ବାହାରେ ରହିଛନ୍ତି ।
ଏହି ଦୁର୍ନୀତି ୧୯୯୦-୯୨ ମସିହା ମଧ୍ୟରେ ହୋଇଥିଲେ । ଗୋଖାଦ୍ୟ ଦୁର୍ନୀତି ସାମ୍ନାକୁ ଆସିବା ମାତ୍ରେ ଦେଶରେ ତିକ୍ତତା ଦେଖାଦେଇଥିଲା । ଚାଇବାସା ଟ୍ରେଜେରୀରୁ ୩୭.୬ କୋଟି ଟଙ୍କା ଭୁଲ ପ୍ରତ୍ୟାହାରର ଜାଲିଆତି ହୋଇଥିଲା । ମାର୍ଚ୍ଚ ୧୧ ରେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହା ପରେ ସିବିଆଇ ତଦନ୍ତ ଆରମ୍ଭ କରାଯାଇଥିଲା । ଜୁଲାଇ ୨୭ ରେ, ଲାଲୁ ଯାଦବଙ୍କ ବିରୋଧରେ ସିବିଆଇ ପ୍ରମାଣ ସଂଗ୍ରହ ଆରମ୍ଭ କରିଥିଲା । ଜୁଲାଇ ୩୦ ରେ ଲାଲୁ ଯାଦବ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।
ଏହି ଘଟଣାକୁ ନେଇ ସିବିଆଇ ମଧ୍ୟ ତାର ପ୍ରତିକ୍ରିୟା ରଖିଥିଲା । ଯାଞ୍ଚ ସମୟରେ ସିବିଆଇ କହିଥିଲା ଏହି ଘଟଣାରେ ବ୍ୟପକ ଷଡ଼ଯନ୍ତ୍ର ହୋଇଛି । ରାଜ୍ୟର ନେତା, କର୍ମଚାରୀ ଓ କିଛି ବ୍ୟବସାୟୀଙ୍କ ସମ୍ପୃକ୍ତି ରହିଛି । ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ଜଗନ୍ନାଥ ମିତ୍ର ସମେତ କିଛି ମନ୍ତ୍ରୀଙ୍କୁ ଗିରଫ କରାଯାଇଛି ।



