www.samajalive.in
Sunday, December 7, 2025
16.1 C
Bhubaneswar

ସୁନା ବ୍ୟବସାୟୀଙ୍କୁ ୬ ଲକ୍ଷ ଟଙ୍କାର ଚୁନ ଲଗାଇଲେ ତିନି ମହିଳା; ଚୋରି ଭିଡିଓ ସିସିଟିଭିରେ କଏଦ

ଧୋଲପୁର: ରାଜସ୍ଥାନରେ ବୃଦ୍ଧି ପାଉଥିବା ଅପରାଧକୁ ନେଇ ସମସ୍ତେ ଚିନ୍ତିତ। ସେହିଭଳି ଧୋଲପୁରରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ତିନିଜଣ ମହିଳା ଜଣେ ସୁନା ବ୍ୟବସାୟୀଙ୍କୁ ପ୍ରାୟ ୬ ଲକ୍ଷ ଟଙ୍କାର ଚୁନ ଲଗାଇଛନ୍ତି। ସେମାନେ ଦୋକାନରୁ ପ୍ରାୟ ୮୦ ଗ୍ରାମ ସୁନା ଚୋରି କରିନେଇଛନ୍ତି। ଚୋରିର ଭିଡିଓ ସିସିଟିଭିରେ କଏଦ ହୋଇଛି। ସ୍ଥାନୀୟ ଥାନାରେ ଚୋରିର ଲିଖିତ ଅଭିଯୋଗ କରାଯାଇଛି। ବର୍ତ୍ତମାନ ସିସିଟିଭି ଫୁଟେଜ ଆଧାରରେ ମହିଳାମାନଙ୍କୁ ଖୋଜାଚାଲିଛି।

ପୁଲିସର କହିବାନୁସାରେ, ସୁନା ବ୍ୟବସାୟୀ ପ୍ରେମନାରାୟଣ ସୋନୀ ନିଜ ଦୋକାନରେ ବସିଥିଲେ। ଏହି ସମୟରେ ତିନି ଜଣ ଅଜଣା ମହିଳା ତାଙ୍କ ଦୋକାନକୁ ଆସିଥିଲେ। ସେମାନଙ୍କ ମୁହଁ ଶାଢୀ କାନିରେ ଢଙ୍କା ହୋଇଥିଲା ଓ ସେମାନେ ଭଲ ପରିବାରର ବୋଲି ମନେ ହେଉଥିଲେ। ଏହି ମହିଳାମାନେ କିଛି ସୁନା ଗହଣା କିଣିବେ ବୋଲି ଦୋକାନୀଙ୍କୁ କହିଥିଲେ। ଦୋକାନୀ ସେମାନଙ୍କୁ ସୁନା ଗହଣା ଦେଖାଇବାକୁ ଲାଗିଲା। ଏହି ସମୟ​‌ରେ ସୁଯୋଗ ଦେଖି ଜଣେ ମହିଳା ଗ୍ରାହକଙ୍କ ନିର୍ଦେଶରେ ନିର୍ମିତ ଏକ ଗହଣା ଭର୍ତ୍ତି ବ୍ୟାଗ୍‌ ଚୋରେଇ ନେଇଥିଲେ। ଗହଣା ଭର୍ତ୍ତି ବ୍ୟାଗଟି ନ ଥିବା ଦେଖି ଦୋକାନୀଙ୍କ ହୋସ୍‌ ଉଡ଼ିଯାଇଥିଲା। ଏହାପରେ ଘଟଣାସ୍ଥଳରେ ଭିଡ଼ ଜମି ଯାଇଥିଲା ଓ ସେଠାରେ ଉପସ୍ଥିତ ଲୋକମାନଙ୍କୁ ଅଟକାଇ ଖୋଜାଖୋଜି କରାଯାଇଥିଲା। ହେଲେ କିଛି ନ ମିଳିବାରୁ ଏନେଇ ସରମଥୁରା ଥାନା ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜରେ ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଗହଣା ଚୋରୀ କରୁଥିବା ଦେଖିବାକୁ ମିଳିଛି।

- Advertisement -

ଏହି ଘଟଣା ପରେ ବ୍ୟବସାୟୀଜଣକ ଖବ୍‌ ଦୁଃଖୀ ଓ ଚିନ୍ତିତ ହୋଇପଡ଼ିଛନ୍ତି। ତାଙ୍କ କହିବାନୁସାରେ, ଚୋରୀ ହୋଇଥିବା ବ୍ୟାଗରେ ୮୦ ଗ୍ରାମ ସୁନା ଥିଲା, ଯାହାର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ। ପୁଲିସ ସିସିଟିଭି ଫୁଟେଜରୁ ଚିହ୍ନଟ କରି ମଳିମାନଙ୍କ ଅନୁସନ୍ଧାନ ଜାରି ରଖିଛି। ଖୁବଶୀଘ୍ର ଏହି ମହିଳାମାନେ ଧରାପଡ଼ିବେ ବୋଲି ପୁଲିସ କହିଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories