ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ
ଡେସ୍କ: ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ହଜାରୀବାଗସ୍ଥିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଟ୍ରଙ୍କରୁ ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଚୋରି ଅଭିଯୋଗରେ ଝାଡ଼ଖଣ୍ଡର ବୋକାରୋନିବାସୀ ଜଣେ ଅଭିଯୁକ୍ତଙ୍କୁ ପାଟନାରୁ ଗିରଫ କରାଯାଇଛି। ହଜାରୀବାଗରୁ ଗିରଫ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ପ୍ରଶ୍ନପତ୍ର ଚୋରିରେ ସହଯୋଗ କରିଥିବା ଅଭିଯୋଗ ହୋଇଛି। ଝାଡଖଣ୍ଡର ହଜାରୀବାଗସ୍ଥିତ ଏକ ସ୍କୁଲର ପ୍ରଧାନ ଶିକ୍ଷକ ଓ ଉପାଧ୍ୟକ୍ଷଙ୍କ ସମେତ ଏହି ମାମଲାରେ ସମ୍ପୃକ୍ତ ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଛି।
ସିବିଆଇ ଏବଂ ବିଭିନ୍ନ ରାଜ୍ୟ ପୁଲିସ ବାହିନୀ ନିଟ୍ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ କରୁଛନ୍ତି।
ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହ ଓ ଆର୍ ମହାଦେବନ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ
Comments are closed.