www.samajalive.in
Wednesday, December 10, 2025
18.1 C
Bhubaneswar

ଶୀତଳଷଷ୍ଠୀ ଯାତ୍ରା ଆନୁଷ୍ଠାନିକ ରୂପେ ସମ୍ପନ୍ନ, ନିଜସ୍ୱ ମନ୍ଦିରକୁ ଫେରିଲେ ସାକ୍ଷୀଗୋପିନାଥ

ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ବରାଡ ବାଲୁଙ୍କେଶ୍ୱର ଓ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିବାହ ପାଇଁ ସାକ୍ଷୀପଡା ସ୍ଥିତ ଭଗବାନ ବିଷ୍ଣୁଙ୍କ ଅନ୍ୟତମ ଅବତାର ସାକ୍ଷୀଗୋପିନାଥଙ୍କ ସାକ୍ଷୀ ରୂପେ ରହିବାର ପରମ୍ପରା ଆରମ୍ଭରୁ ହିଁ ରହି ଆସିଛି । ଏଣୁ ବିବାହ ପୂର୍ବରୁ ସାକ୍ଷୀଗୋପିନାଥ ନନ୍ଦପଡାର ବାଲୁଙ୍କେଶ୍ୱର ମନ୍ଦିରରେ ଅବସ୍ଥାନ କରୁଥିବା ବେଳେ ରବିବାର ପବିତ୍ର ବାହୁଡା ରଥ ଯାତ୍ରାର ପୂର୍ବ ସନ୍ଧ୍ୟାରେ ସତ୍ୟନାରାୟଣ ପୂଜାର ସମାପନ ହୋଇଛି । ପରମ୍ପରାନୁଯାୟୀ ଗୁଣ୍ଡିଚା ଯାତ୍ରା (ରଥ ଯାତ୍ରା)ରୁ ବାହୁଡା ଯାତ୍ରା ମଧ୍ୟରେ ହିଁ ସାକ୍ଷୀଗୋପିନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନର ରିତି ରହିଥିବାରୁ ସୋମବାର ଅପରାହ୍ନରେ ବାହୁଡା ଯାତ୍ରା ଅବସରରେ ସାକ୍ଷୀଗୋପିନାଥ ତାଙ୍କର ସାକ୍ଷୀପଡା ସ୍ଥିତ ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଣୁ ଭବ୍ୟ ରୂପେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ସାକ୍ଷୀଗୋପିନାଥଙ୍କୁ ନନ୍ଦପଡାରୁ ତାଙ୍କର ମନ୍ଦିରକୁ କମିଟୀ ସଦସ୍ୟ ଓ ପଡାବାସୀ ପାଛୋଟି ନେଇ ଯାଇ ପହୁଞ୍ଚାଇଛନ୍ତି । ଏହ ରୀତିନୀତିର ସମାପନ ସହିତ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଆନୁଷ୍ଠାନିକ ରୂପେ ସମ୍ପନ୍ନ ହୋଇଛି ।

ପୁରଣା ଅନୁଯାୟୀ, ମହାଦେବ ଓ ମାତା ପାର୍ବତୀଙ୍କ ଦେବ ବିବାହର ଦାୟିତ୍ୱ ଶ୍ରୀ ବିଷ୍ଣୁ ନେଇଥିଲେ । ଏଣୁ ଏହି ଦେବ ବିବାହ କାର୍ଯ୍ୟର ଆରମ୍ଭ ଠାରୁ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରିତିନିତି ଓ ପୁଜା କାର୍ଯ୍ୟରେ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସାକ୍ଷୀ ରହିଥାନ୍ତି । ଏହି ପରମ୍ପରା ଦେବ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଆରମ୍ଭ ଦିନ ଠାରୁ ଚାଲି ଆସିଛି ଏବଂ ଏହି ନିତି କେବଳ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରାରେ ହିଁ ରହିଆସିଛି ବୋଲି ଆୟୋଜନ କମିଟୀ ସୂଚନା ପ୍ରଦାନ କରିଛି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories