www.samajalive.in
Sunday, December 7, 2025
16.1 C
Bhubaneswar

ପରିବର୍ତ୍ତନର ସୁଅରେ ହଜିଗଳାଣି ଶଗଡଗାଡିର କେଁ କଟର ଧ୍ୱନି; ରାସ୍ତା କଡରେ ବର୍ଜ୍ୟବସ୍ତୁ ଭଳି ଅଲୋଡା ହୋଇ ପଡିଛି ଶଗଡ ଚକ 

ରେଙ୍ଗାଲି : ଦିନ ଥିଲା ଶଗଡ ଗାଡି ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷପତ୍ର ଅର୍ଥାତ୍ ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ ଶଗଡ ଗାଡି ଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ବିଜ୍ଞାନର ଅଗ୍ରଗତି ଏବଂ ଯନ୍ତ୍ର ଯୁଗର ଆଗମନ ପରେ ଏକଦା ମଣିଷମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଥିବା ଶଗଡ ଗାଡି ଆଲୋଡା ହୋଇ କ୍ରମଶଃ ଲୋପ ପାଇ ଏବେ ବିଲୁପ୍ତ ହେବାରେ ଲାଗିଛି। ଶଗଡ ଗାଡିର କେଁ କଟର ଧ୍ୱନି କେବେଠୁ କାଳ ର କରାଳ ଗର୍ଭରେ ହଜି ଗଲାଣି। କାଠ ରେ ନିର୍ମିତ ପ୍ରଦୁଷଣ ବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଅଲୋଡା ହୋଇ ପଡିଛି। ପାଓାର ଟିଲର୍, ଟ୍ରାକ୍ଟର, ହାର୍ଭେଷ୍ଟର ଆଦି ଆଧୁନିକ ଯନ୍ତ୍ରରେ ଚାଷ କାମ କରି ଧାନ ଅମଳ କରିବା ଏବଂ ପରିବହନ କରିବା ସହଜ ହେଉଛି। କମ୍ ସମୟରେ ଯାତାୟାତ ପାଇଁ ବାଇକ୍, କାର୍, ବସ୍ ଆଦିର ବହୁଳ ପ୍ରଚଳନ ଯୋଗୁଁ ଶଗଡ ଗାଡି ଯାତ୍ରୀ ପରିବହନ ପାଇଁ ଆଦୌ ବ୍ୟବହାର ହେଉ ନାହିଁ । କାଁ ଭାଁ ଗ୍ରାମାଞ୍ଚଳରେ  ସ୍ୱାବଲମ୍ବୀ ଚାଷୀ ଶଗଡ ଗାଡିରେ ଧାନ କ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁ ଥିବାର ବିରଳ ଦୃଶ୍ୟ କ୍ୱଚିତ ଦେଖିବାକୁ ମିଳୁଛି।  ପୁରୁଣା କାଳରେ ଲୋକେ ବ୍ୟବହାର କରୁଥିବା ଶଗଡ ଗାଡି ଏବଂ ଏଥିରେ ଲାଗୁ ଥିବା ଚକ ବର୍ଜ୍ୟବସ୍ତୁ ଭଳି କେଉଁଠି ରାସ୍ତା କଡ ପଡିଛି ତ କେଉଁଠି ପିଣ୍ଡା ରେ ଅଜାଡି ହୋଇ ତା’ଉପରେ ବହଲେ ଧୂଳି ଆସ୍ତରଣର ଜମାଟ ବାନ୍ଧି ବିଲୁପ୍ତ ଆଡକୁ ଅଗ୍ରସର ହେବା ସହିତ  ଅତିତର ସ୍ମୃତିକୁ ଜାହିର କରୁଛି ଏବଂ ଅତ୍ୟାଧୁନିକ ହାଇଟେକ୍ ସଂସ୍କୃତିର ନୂତନ ପୀଢିଙ୍କ ମନରେ ଜିଜ୍ଞାସା ଭାବ ସୃଷ୍ଟି କରୁଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories