www.samajalive.in
Monday, December 8, 2025
27.1 C
Bhubaneswar

ଅଭିଯାନ ଖାଲି ନାଁକୁ, ହରଭଙ୍ଗାରେ ଦିଗହରା ସର୍ବଶିକ୍ଷା

ହରଭଙ୍ଗା: ସଭିଏଁ ପଢିବେ, ସଭିଏଁ ବଢିବେ ଲକ୍ଷ୍ୟରେ ୨୦୦୧-୨୦୦୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସର୍ବଶିକ୍ଷା ଅଭିଯାନ। ଏଥିରେ ପ୍ରାଥମିକ ସ୍କୁଲ ଭିତିଭୂମି ଉପରେ ଗୁରତ୍ୱ ଦେବା ସହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ସ୍କୁଲ ଗୃହ ନିର୍ମାଣ କରି କୋଟି କୋଟି ଟଙ୍କା ସରକାର ପାଣି ଭଳି ଖର୍ଚ୍ଚ କଲେ। ହେଲେ ଦୀର୍ଘ ୧୦ବର୍ଷ ପରେ ସ୍କୁଲରେ ପିଲା ସଂଖ୍ୟା କମ୍‍, ଶିକ୍ଷକ ଅଭାବ ଏବଂ ପିଲାଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ପୁଣି ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତି ପ୍ରାଥମିକ ଶିକ୍ଷା ଉପରେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇଛି। ଆଗକୁ ସ୍କୁଲଗୁଡିକ ବନ୍ଦ ହେଲେ ଅନେକ ପିଲା ସ୍କୁଲ ଠାରୁ ଦୂରେଇ ରହିବା ସହିତ ପିଲାଙ୍କ ପ୍ରାଥମିକ ଶିକ୍ଷା ଉପରେ ଡୋରି ଲାଗିବା ଜଳ ଜଳ ହୋଇ ଦିଶୁଛି। ଫଳରେ କେନ୍ଦ୍ର ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଭଳି ଏକ ମହତ୍‍ ଯୋଜନା ରାଜ୍ୟରେ ବିଫଳତା ଆଡକୁ ଗତି କରୁଥିବା ଅନୁମାନ ହେଉଛି।

ସୂଚନା ଅନୁସାରେ ହରଭଙ୍ଗା ବ୍ଲକରେ ୧୪୮ଟି ପ୍ରାଥମିକ ବିଦ୍ୟାଳୟ, ୭୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୪ ହଜାର ୪୯୩ ଜଣ ପିଲା ପାଠ ପଢୁଛନ୍ତି ଓ ସେମାନଙ୍କ ଶିକ୍ଷାଦାନ ପାଇଁ ୭୧୮ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ୨୦୧୯ରେ ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ପକ୍ଷରୁ ୨୦ରୁ କମ୍‍ ସଂଖ୍ୟକ ପିଲାଥିବା ସ୍କୁଲ, ଏକ କିଲୋମିଟର ଭିତରେ ୪୦ରୁ କମ ପିଲା ସଂଖ୍ୟା ଥିବା ସ୍କୁଲ ଏବଂ ୬୦ରୁ କମ୍‍ ପିଲା ସଂଖ୍ୟା ଥିବା ମଧ୍ୟ ଇଂରାଜୀ ସ୍କୁଲ ଗୁଡିକ ବନ୍ଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ଖସଡା ଅନୁସାରେ ହରଭଙ୍ଗା ବ୍ଲକରେ ୩୫ଟି ସ୍କୁଲ ବନ୍ଦ ହେବାକୁ ପ୍ରସ୍ତାବ ରହିଛି।

- Advertisement -

ସେଗୁଡିକ ମଧ୍ୟରୁ ୧୨ଟି ସ୍କୁଲକୁ ବନ୍ଦ ନ କରିବା ପାଇଁ ସ୍କୁଲ କମିଟିମାନଙ୍କ ପକ୍ଷରୁ ଦାବୀ ହୋଇଛି। ପ୍ରସ୍ତାବିତ ସ୍କୁଲଗୁଡିକ ବନ୍ଦହେଲେ ସେଠାରେ ପଢୁଥିବା ପିଲାମାନଙ୍କୁ ପାଖ ସ୍କୁଲରେ ପଢିବା ସୁଯୋଗ ଦେବା ସହିତ ୩୦ ପିଲାରେ ଜଣେ ଶିକ୍ଷକ ନିୟୋଜିତ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories