www.samajalive.in
Sunday, December 7, 2025
16.1 C
Bhubaneswar

ମା’-ବାପ ସମ୍ମୁଖରେ ନାବାଳିକାକୁ ଧକ୍କା ଦେଲା କାର, ଡାକ୍ତରଖାନାରେ ପହଞ୍ଚାଇ ପରେ ଗାଡି ଫେରାର

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନଂ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର କଳିଆପୋଷି ଛକ ନିକଟରେ ବୁଧବାର ଦିନ ପ୍ରାୟ ସାଢେ ୧୧ଟାରେ ଏକ ଧଳା ମାରୁତି କାର ମା’-ବାପା ସାମ୍ନାରେ ନାବାଳିକାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଉଛନ୍ତି ଠାକୁରମୁଣ୍ଡା ଥାନା ତାଳପଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଳିଆପୋଷି ଗ୍ରାମର ଦିବାକର ଲୁଗୁନଙ୍କ ଝିଅ ମାଦେ ଲୁଗୁନ (୧୪) ବୋଲି ଜଣାପଡିଛି।

ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ଆଖାପଲାଣ ଛକରେ ଥିବା ଦରଜି ଦୋକାନରେ ସିଲାଇ କରିବାକୁ ଦେଇଥିବା ପୋଷାକକୁ ନେଇ ଝିଅଟି ନିଜ ବାପା ଓ ମା’ ସହିତ ଏକ ଅଟୋ ଯୋଗେ ନିଜ ଗ୍ରାମ କଳିଆପୋଷିକୁ ଫେରୁଥିବା ବେଳେ ଚାଇଁବାଇଶ ଛକ ପେଟ୍ରୋଲ ପମ୍ପ ନିକଟ କଳିଆପୋଷି ଛକରେ ଓଟୋରୁ  ଓହ୍ଲାଇ ରାସ୍ତା ପାର ଥିବା ସମୟରେ ଠାକୁରମୁଣ୍ଡା ପଟୁ ଯାଉଥିବା କାରଟି ନାବାଳିକାକୁ ଧକ୍କା ଦେଇଥିଲା।  ଦୁର୍ଘଟଣା ଘଟିଥିବା କାରଟି ଗୁରୁତର ଅବସ୍ଥାରେ ନାବାଳିକା ଓ ତାଙ୍କର ବାପା-ମା’ କୁ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ  ଭର୍ତ୍ତି କରି ସେଠାରୁ ଫେରାର ହୋଇ ଯାଇଥିଲା। ଡାକ୍ତର ନାବାଳିକାକୁ ମୃତ୍ୟୁ ଘୋଷଣା କରିବା ଆଗରୁ କାରଟି ସେଠାରୁ ଚମ୍ପଟ ମାରିଥିଲା। ପରେ ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରି ସହ ଥାନା କେଶ ନଂ ୦୪ /୨୦୨୧ ମାମଲା ରୁଜ୍ଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠେଇ ତଦନ୍ତ ଜାରି ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories