www.samajalive.in
Tuesday, December 9, 2025
16.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ : ଖୋଲିବ ଆଉ ଏକ ଟିକଟ କାଉଣ୍ଟର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଉଭୟ ଓପିଡି ଏବଂ ଆଇପିଡିରେ ଦୈନିକ ରୋଗୀ ସଂଖ୍ୟା ତିନି ହଜାରରୁ ଅଧିକ ହେଉଛି। ଦୁଇ ବେଳା ଓପିଡି ସହିତ ୨୪ଘଣ୍ଟିଆ ଆଶୁଚିକିତ୍ସା କେନ୍ଦ୍ରରେ ସେବା ପ୍ରଦାନ କରାଯାଉଛି। ହେଲେ ରୋଗୀଙ୍କ ସମସ୍ୟା ଦୂର ହେଉନାହିଁ। ଯେଉଁଠି ଦେଖିବ ସେଠାରେ ଧାଡ଼ି। ସବୁଠୁ ଅଧିକ ଅସୁବିଧା ହେଉଛି ଟିକଟ କାଉଣ୍ଟରରେ। ସକାଳ ୭ଟାରୁ ଲାଗିଯାଉଛି ଲମ୍ବା ଲାଇନ। ଏମିତିକି ଯିବା ପାଇଁ ବାଟ ମିଳୁନି। ଏହାକୁ ଉପଲବ୍ଧି କରି ଆଉ ଏକ ଟିକଟ କାଉଣ୍ଟର ଖୋଲିବା ନେଇ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି।
ଦୈନିକ ୩୦୦୦ରୁ ଅଧିକ ରୋଗୀ ହସ୍ପିଟାଲକୁ ଆସୁଥିବାବେଳେ ୨୦ରୁ ଅଧିକ ବିଭାଗ ସହିତ ସୁପରସ୍ପେଶିଆଲି‌ଷ୍ଟ ଓପିଡି ରହିଛି। ଏଥିନିମନ୍ତେ ଗୋଟିଏ ମାତ୍ର ଟିକଟ କାଉଣ୍ଟର ରହିଛି। ସେଠାରେ ମହିଳା, ପୁରୁଷ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଥିଲେ ହେଁ ଏହି କେନ୍ଦ୍ର ଉପରେ ହସ୍ପିଟାଲର ସମସ୍ତ ରୋଗୀ ନିର୍ଭର କରନ୍ତି। ଏଠାରେ ସ୍ଥିତି ଏମିତି ହେଉଛି ସକାଳ ୮ଟାରେ ଆସିଲେ ଟିକଟ ମିଳିବା ବେଳେବେଳେ ଅସମ୍ଭବ ହୋଇପଡୁଛି। ଏହାଛଡ଼ା ଗୁରୁତର ରୋଗୀଙ୍କୁ ତ୍ବରିତ ଟିକଟ ମିଳିବାରେ ବିଳମ୍ବ ହେଉଛି। କେବଳ ରାଜଧାନୀ ବା ଏହାର ଉପଖଣ୍ଡ ଅଞ୍ଚଳର ଲୋକ ନୁହନ୍ତି ବରଂ ପୁରୀ, ନୟାଗଡ଼, ଖୋର୍ଦ୍ଧା ସମେତ କଟକ ଜିଲା ଉପକୂଳ ଅଞ୍ଚଳର ଅନେକ ରୋଗୀ ଆସୁଛନ୍ତି। ଚିକିତ୍ସା ପାଇବାକୁ ହେଲେ ପ୍ରାୟ ଦିନଟିଏ ଲାଗିଯାଉଛି। ଟିକଟ କାଟିବାରୁ ଆରମ୍ଭ କରି ଓପିଡିରେ ସେବା ଏବଂ ନିରାମୟରେ ଔଷଧ ପାଇବା ପର୍ଯ୍ୟନ୍ତ ସବୁଠି ଧାଡ଼ି। ଅପେକ୍ଷା କରି ସମୟ ଗଡୁଥିଲେ ବି ଉପାୟଶୂନ୍ୟ ହୋଇ ଲାଇନରେ ଛିଡ଼ା ହେବାକୁ ପଡୁଛି। ପ୍ରତିଦିନ ଏଭଳି ପରିସ୍ଥିତି ଉପୁଜୁଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ। ଅନେକ ଫେରିଯାଉଥିବାବେଳେ ଆଉକିଛି ଘରୋଇ ହସ୍ପିଟାଲକୁ ବାଧ୍ୟ ହୋଇ ଯାଉଛନ୍ତି। ଏହାସହିତ ବିଭିନ୍ନ ଓପିଡିରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଥିବାବେଳେ ଟିକଟ କାଉଣ୍ଟରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି। ସୁରକ୍ଷାକର୍ମୀ ନିୟୋଜିତ ଥିଲେ ମଧ୍ୟ କାହାରିକୁ କେହି ମାନୁନାହାନ୍ତି। ଏହାକୁ ନେଇ କର୍ତ୍ତୃପକ୍ଷ ଆଉ ଏକ ଟିକଟ କାଉଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫାଣ୍ଡି ହଟିଗଲା ପରେ ସେହି ସ୍ଥାନକୁ ଲାଗି ଟିକଟ କାଉଣ୍ଟର କରାଯିବ। ତେବେ ପିପିପି ମୋଡ୍‌ରେ କରାଯିବ କି ହସ୍ପିଟାଲ ପକ୍ଷରୁ ମାନସମ୍ବଳ ଯୋଗାଇ ଦିଆଯିବ ତାହା ଏଯାବତ୍ ସ୍ଥିର ହୋଇନାହିଁ। ଦ୍ବିତୀୟ ଟିକଟ କାଉଣ୍ଟର ଖୋଲିବା ଦ୍ବାରା ଭିଡ଼ ହ୍ରାସ ପାଇବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories