www.samajalive.in
Tuesday, December 9, 2025
17.1 C
Bhubaneswar

ଓୟୁଏଟି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ୫ମ ଦିନରେ : କ୍ୟାମ୍ପସ୍‌ରେ ଝାଡୁ ମାରିଲେ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ବିଦ୍ୟାର୍ଥୀଙ୍କ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି।  ଓୟୁଏଟି ଅଧୀନସ୍ଥ ବନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ନିକଟରେ ବସି ରହିଛନ୍ତି। ଶୁକ୍ରବାର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖ ସହ କ୍ୟାମ୍ପସ୍‌ର ଅନ୍ୟ ସ୍ଥାନରେ ଝାଡୁ ମାରିଥିଲେ।  ଝାଡୁ କରି ପ୍ରତିବାଦ ଜଣାଇବା ସହ ରାଜ୍ୟର ବିଧାୟକ, ମନ୍ତ୍ରୀ ଓ ନେତାଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି। ପୂର୍ବରୁ ଛାତ୍ରଛାତ୍ରୀ କଳା ବ୍ୟାଜ୍‌ ପିନ୍ଧିଥିବାବେଳେ ଜୋତା ପଲିସ୍‌ କରି ପ୍ରତିବାଦ ଜଣାଇଥିଲେ। ଓଡ଼ିଶା ଫରେଷ୍ଟ ସର୍ଭିସ(ଓଏଫ୍‌ଏସ୍‌)ର ରେଞ୍ଜର ସମେତ ଅନ୍ୟ ପଦରେ ନିଯୁକ୍ତି ବେଳେ ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ସୁଯୋଗ ମିଳୁ ନଥିବାରୁ ଏଭଳି ପ୍ରତୀକାତ୍ମକ ବିରୋଧ କରିଛନ୍ତି ବିଦ୍ୟାର୍ଥୀ।

ଓଡ଼ିଶା ଫରେଷ୍ଟ ସର୍ଭିସ(ଓଏଫ୍‌ଏସ୍‌)ର ରେଞ୍ଜର ସମେତ ଅନ୍ୟ ପଦରେ କେବଳ ବନ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ସୁଯୋଗ ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏହି ପଦରେ ଅନ୍ୟ ବିଦ୍ୟାର୍ଥୀଙ୍କୁ  ସୁଯୋଗ ମିଳୁଥିବାରୁ ଛାତ୍ରଛାତ୍ରୀ ନିଯୁକ୍ତି ବେଳେ ସୁବିଧା ପାଉନାହାନ୍ତି। ସେଥିଯୋଗୁଁ ଚାରିବର୍ଷ ଧରି ପାଠ ପଢ଼ିବା ପରେ  ନିଯୁକ୍ତି ପାଉନାହାନ୍ତି  ଛାତ୍ରଛାତ୍ରୀ। ଦେଶର ପ୍ରାୟ ୮ଟି ଶୁକ୍ରବାର ଛାତ୍ରଛାତ୍ରୀ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବ୍ରଜକିଶୋର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି।  ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାର ତ୍ବରିତ ସମାଧାନ ଦିଗରେ ସରକାର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗକୁ ନିଯୁକ୍ତି କ୍ଷେତ୍ରରେ ଥିବା ପ୍ରଭେଦ ଦୂର କରିବା ପାଇଁ ନିର୍ଦେଶ ଦେବାକୁ ଶ୍ରୀ ପଟ୍ଟନାୟକ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories