www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରବାସୀଙ୍କ ଲେଉଟାଣି ଲାଗି ରାଜ୍ୟର ସହଯୋଗ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରୁ ଫେରିବାକୁ ଚାହୁଁଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା କ୍ଷେତ୍ରରେ ସହଯୋଗ କରିବାକୁ ବିଭିନ୍ନ ରାଜ୍ୟକୁ ପୁନର୍ବାର ଅନୁରୋଧ କରିଛି କେନ୍ଦ୍ର । କିଛି ରାଜ୍ୟ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି, ମାତ୍ର କେତେକ କ୍ଷେତ୍ରରେ ସମନ୍ବୟରେ ତ୍ରୁଟି ରହୁଛି । ଏହାକୁ ସୁଧାରିବାକୁ କେନ୍ଦ୍ର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି । କୋବିଦ-୧୯ ପରିଚାଳନା ଓ ମୁକାବିଲା ନେଇ  ନିଆଯାଇଥିବା ପଦକ୍ଷେପର ସମୀକ୍ଷା ବେଳେ କ୍ୟାବିନେଟ ସଚିବ ରାଜୀବ ଗୌବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି ।  ଭାରତୀୟ ରେଳ ଦ୍ୱାରା ୩୫୦  ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ପ୍ରାୟ ୩.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଯାଇଛି ବୋଲି କ୍ୟାବିନେଟ ସଚିବ ସୂଚନା ଦେଇଥିଲେ । ଆହୁରି ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଲାଗି ଭାରତୀୟ ରେଳକୁ ସହଯୋଗ କରିବା ଲାଗି ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଥିଲେ। ସେହିପରି ବନ୍ଦେ ଭାରତ ମିଶନ ଅନ୍ତର୍ଗତ ବିଦେଶରୁ ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସରେ ରାଜ୍ୟମାନେ ସହଯୋଗ କରୁଥିବାର ସେ ଉଲ୍ଲେଖ କରିଥିଲେ । ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପରି କରୋନା ଯୋଦ୍ଧାଙ୍କର ବାଧାମୁକ୍ତ ଯାତାୟାତ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବମାନେ ନିଜ ନିଜ ରାଜ୍ୟର କୋଭିଡ-୧୯ ସଂକ୍ରମଣର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ । କୋଭିଡ-୧୯ ସଂକ୍ରମଣକୁ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ତ୍ୱରାନ୍ୱିତ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories