www.samajalive.in
Monday, December 8, 2025
14.1 C
Bhubaneswar

ସିଏଏ ହିଂସା ମାମଲା ; ୪୭୫୧ ଆନ୍ଦୋଳନକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଲକ୍ଷ୍ନୌ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ପରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ ଅନେକ ଜିଲ୍ଲାରେ ସିଏଏ ବିରୋଧରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ସମୟରେ ହିଂସା ମଧ୍ୟ ଦେଖାଯାଇଥିଲା। ଏହି ହିଂସା ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ଅଡୁଆ ବଢିଯାଇଛି। ଏହି ମାମଲାରେ ୟୁପି ପୁଲିସ ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଯାଇଛି।

ଲକ୍ଷ୍ନୌ ତଥା ଅନ୍ୟାନ୍ୟ ଜିଲ୍ଲାରେ ହିଂସା ଓ ଅଗ୍ନିକାଣ୍ଡ ମାମଲାରେ ମୋଟ ୪୭୫୧ ଜଣ ଆନ୍ଦୋଳନକାରୀଙ୍କ ବିରୋଧରେ ୟୁପି ପୁଲିସ ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟରେ ମଧ୍ୟ ଅଗ୍ନିକାଣ୍ଡ ଯୋଗୁଁ ଅଭିଯୁକ୍ତକୁ କ୍ଷତିପୂରଣ ଦେବାକୁ କୁହାଯାଇଛି। ୟୁପି ସରକାର ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ ହିଂସା ଘଟାଇଥିବା ଲୋକଙ୍କୁ ଛଡାଯିବ ନାହିଁ।

- Advertisement -

ସୂଚନାଯୋଗ୍ୟ ଯେ, ସିଏଏ ବିରୋଧ ସମୟରେ ହିଂସା ସୃଷ୍ଟି ହୋଇଥିଲା। ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ମଧ୍ୟ ଗୁଳି ଚଳାଇଥିଲେ। ବିଭିନ୍ନ ସ୍ଥାନରେ ଅଭଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ସରକାରୀ ତଥା ଅଣ-ସରକାରୀ ସମ୍ପତ୍ତିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସିଏଏ ବିରୋଧୀ ପ୍ରଦର୍ଶନ ସମୟରେ କୋଟି କୋଟି ସମ୍ପତ୍ତି ନଷ୍ଟ ହୋଇଥିଲା। ଯୋଗୀ ସରକାର ଏ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ।

ପୂର୍ବରୁ ଏହି ମାମଲାରେ ପୁଲିସ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା। ରାଜଧାନୀ ଲକ୍ଷ୍ନୌରେ ହିଂସା ଏବଂ ଅଗ୍ନିକାଣ୍ଡ ମାମଲାରେ ଅଭିଯୁକ୍ତଙ୍କ ପୋଷ୍ଟର ମଧ୍ୟ ବିଭିନ୍ନ ଛକରେ ଲଗାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories