www.samajalive.in
Thursday, December 11, 2025
18.1 C
Bhubaneswar

ପୁଞ୍ଜି ବଜାରରେ ଉତ୍ସାହ: ଦିନକରେ ନିବେଶକଙ୍କ ଲାଭ ୨ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ : ସୋମବାର  କ୍ରମାଗତ ଷଷ୍ଠ ଦିନ ଘରୋଇ ଷ୍ଟକ ବଜାରରେ ଦେଖାଦେଇଛି ଉତ୍ସାହ । ବିଶ୍ବ ବଜାର ସହ ଭାରତୀୟ ପୁଞ୍ଜି ବଜାରରେ ରେକର୍ଡ଼ ସ୍ତରରେ ବୃଦ୍ଧି ରେକର୍ଡ଼ କରାଯାଇଛି ।  ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ମାନଦଣ୍ଡ ସେନସେକ୍ସ ୭୦୪ ପଏଣ୍ଟ ଅର୍ଥାତ ୧.୬୮% ବୃଦ୍ଧି ଘଟି ୪୨୫୯୭.୪୩ରେ ପଏଣ୍ଟରେ ପହଞ୍ଚିଛି । ଅନୁରୂପ ଭାବରେ ସୋମବାର ନିଫ୍ଟି ୧୯୭.୫ ପଏଣ୍ଟ ବୃଦ୍ଧି ପାଇ ୧୨୬୪୧ରେ ପହଞ୍ଚିଛି । ଆଜି ସେନସେକ୍ସ ବୃଦ୍ଧି ଯୋଗୁଁ ନିବେଶକମାନେ ଗୋଟିଏ ଦିନରେ ୨ ଲକ୍ଷ କୋଟି ଟଙ୍କା ଲାଭ କରଛନ୍ତି । ତେବେ ବିଏସଇ ମିଡ଼କ୍ୟାପ ଓ ସ୍ମଲକ୍ୟାପ ୧% ବୃଦ୍ଧି ପାଇଛି ।

ଆଜି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ରେ  ଡିଭିସ୍ ଲ୍ୟାବ୍, ଇଣ୍ଡସଇଣ୍ଡ ବ୍ୟାଙ୍କ, ଭାରତୀ ଏୟାରଟେଲ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କ  ସବୁଠୁ ବେଶୀ ଅଗ୍ରଗତି ହାସଲ କରିଛନ୍ତି । ଅନ୍ୟପକ୍ଷରେ  ସିପ୍ଲା, ଆଦାନୀ ବନ୍ଦର, ଆଇଟିସି, ମାରୁତି ସୁଜୁକି ଇଣ୍ଡିଆ ଏବଂ ଡ଼.ରେଡ଼୍ଡ଼ୀ ଆଦି କମ୍ପାନୀର ସେୟାର  ହ୍ରାସ ପାଇଛି। କ୍ରମାଗତ ଷଷ୍ଠ ଦିନ ବୃଦ୍ଧି ପାଇବା ପରେ ଆଜି ଷ୍ଟକ୍ ମାର୍କେଟର ନିବେଶକମାନେ ୨.୦୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ବାସ୍ତବରେ, ଗତ ଶୁକ୍ରବାର ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ର ମୋଟ ବଜାର ପୁଞ୍ଜି ୧୬୩୬୦୬୯୯.୧୭ କୋଟି ଟଙ୍କା ଥିବାବେଳେ ସୋମବାର ଏହା ୧୬୫୬୯୨୯୪.୮୭ କୋଟି ଟଙ୍କାକୁ ବୃଦ୍ଧି ଘଟିଛି ।

- Advertisement -

ସୋମବାର ବିଶ୍ବ ବଜାର ଓ ଭାରତୀୟ ବଜାରରେ ଅଗ୍ରଗତିର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡ଼େମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡ଼େନଙ୍କ ବିଜୟ ବୋଲି କୁହାଯାଉଛି । ବିଶ୍ଲେଷକ ଓ ବଜାର ବିଶେଷଜ୍ଞମାନେ ବାଇଡ଼େନଙ୍କ କାର୍ଯ୍ୟକାଳରେ ବଜାର, ପୁଞ୍ଜି ନିବେଶ ନିମନ୍ତେ ବେଶ ଲାଭଦାୟକ ହେବ ବୋଲି ମନେ କରୁଛନ୍ତି । ଭାରତୀୟ ପୁଞ୍ଜି ବଜାର ବିଶେଷ ଭାବରେ ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ନିର୍ଭରଶୀଳ । ନଭେମ୍ବରରେ ଏପର୍ଯ୍ୟନ୍ତ ନିବେଶକମାନେ ଘରୋଇ ବଜାରରେ ୧୩୩୯୯ କୋଟି ଟଙ୍କା ନିବେଶ କରିଥିବା ସୂଚନା ମିଳିଛି ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories