www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ବସ୍‌ ମୁହାଁମୁହିଁ : ୪ ମୃତ ; ୭୦ ଆହତ

ତାମିଲନାଡ଼ୁ : ଆଜି ତାମିଲନାଡୁର କୁଡ୍ଡାଲୋର୍‌ ଜିଲାରେ ୨ଟି ବସ୍‌ ମୁହାଁମୁହିଁ ହେବା ଫଳରେ ୪ଜଣ ‌ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୭୦ଜଣ ଆହତ ହୋଇଛନ୍ତି ବୋଲି ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି। କୁଡ୍ଡାଲୋର୍‌ ଜିଲାର ନେଲ୍ଲିକୁପ୍ପମ୍‌ ନିକଟ ପଟ୍ଟମବକ୍କମ୍‌ରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କୁ ସାହାଯ୍ୟ କରିବା ପାଇଁ ଜିଲାର ବରିଷ୍ଠ ରାଜସ୍ବ ଅଧିକାରୀ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନ୍‌ସ୍‌ ଆସିବା ପୂର୍ବରୁ ଆହତଙ୍କୁ ସ୍ଥାନୀୟ ଲୋକେ କୁଡ୍ଡାଲର୍‌ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ବସ୍‌ ଦୁର୍ଘଟଣା ମୃତ ଯାତ୍ରୀଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଥିବା ବ‌େଳେ ଚିକିତ୍ସାଧୀନ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories