www.samajalive.in
Sunday, December 7, 2025
23.1 C
Bhubaneswar

ମହାପ୍ରଭୁଙ୍କ ଅପେକ୍ଷାରେ କୋଟି କୋଟି ଭକ୍ତ

“ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍ ।
ରଥେ ତୁ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ ॥”
ଅର୍ଥାତ୍ – ମହାପ୍ରଭୁଙ୍କୁ ଦୋଳଯାତ୍ରାରେ ଦୋଳଗୋବିନ୍ଦ ଭାବରେ, ଚନ୍ଦନଯାତ୍ରା ବା ଚାପରେ ମଧୁସୂଦନ ଭାବରେ ଏବଂ ରଥଯାତ୍ରାରେ ବାମନ ରୂପରେ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ।
ରାତି ପାହିଲେ ରଥଯାତ୍ରା। କୋଟି କୋଟି ଶ୍ରଦ୍ଧାଳୁ ଚାତକ ପରି ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କୁ। କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗତରନାଥ ଜଗନ୍ନାଥ। ଯାହାଙ୍କୁ ଦେଖିଦେବା ମାତ୍ରେ ଆଖିରୁ ଲୁହ ଝରିଯାଏ, ପାଟିରୁ ଶବ୍ଦଟିଏ ମଧ୍ୟ ବାହାରି ପାରେ ନାହିଁ। କେବଳ ତାଙ୍କର ଚକା ଆଖିକୁ ଚାହିଁଦେଲେ ଯୁଗ ଯୁଗର ପାପ କ୍ଷୟ ହୋଇଯାଏ। ଭକ୍ତଟି ପ୍ରଭୁଙ୍କ ଦର୍ଶନ କରିବା ମାତ୍ରେ ଭାବବିହ୍ୱଳ ହୋଇଯାଏ। ୪ ଧାମ ମଧ୍ୟରେ ଗୋଟିଏ ଧାମ ହେଉଛି ପୁରୀ। ଯାହାକୁ କୁହାଯାଏ ଶ୍ରୀକ୍ଷେତ୍ର। ସାରା ବିଶ୍ୱରେ ଏହି ପବିତ୍ର ଧାମରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ସେହିଭଳି ବର୍ଷକୁ ଥରେ ଆସୁଥିବା ରଥଯାତ୍ରା ବିଷୟରେ ତ ସମସ୍ତେ ଜାଣନ୍ତି। ଏହାକୁ ଘୋଷଯାତ୍ରା ମଧ୍ୟ କୁହାଯାଏ। ଏହି ଯାତ୍ରା ବିଶ୍ୱପ୍ରସିଦ୍ଧ ଅଟେ। ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଭକ୍ତ ଓ ଭଗବାନ ଏକାଠି ହୋଇଥାଆନ୍ତି। ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥି ଦିନ ରଥଯାତ୍ରା ପାଳନ କରାଯାଏ।
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ରଥଯାତ୍ରା ପାଇଁ ୩ଟି ରଥ ପ୍ରସ୍ତୁତ ହୋଇଥାଏ। ୩ଟି ରଥରୁ ଗୋଟିଏ ରଥରେ ମହାପ୍ରଭୁ ଜଗନ୍ନାଥ, ଆଉ ଏକ ରଥରେ ପ୍ରଭୁ ବଳଭଦ୍ର ଓ ଅନ୍ୟ ଏକ ରଥରେ ଦେବୀ ସୁଭଦ୍ରା ବିଜେ କରିଥାଆନ୍ତି। ପ୍ରଭୁ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ରଥକୁ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ରଥକୁ ଦେବଦଳନ ବୋଲି କୁହାଯାଏ। ଜାଣନ୍ତୁ ରଥଯାତ୍ରାର ଅନ୍ୟ ନାମ ………
-ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା।
-ଆଡ଼ପମଣ୍ଡପ ଯାତ୍ରା: ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା।
-ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା: ପ୍ରଭୁଙ୍କର ଜନ୍ମ ବେଦୀ ଆଡ଼ପମଣ୍ଡପଠାରେ ହୋଇଥିବାରୁ ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା।
-ଦଶାବତାର ଯାତ୍ରା: ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଦଶାବତାର ଯାତ୍ରା।
-ପତିତପାବନ ଯାତ୍ରା: ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ପତିତପାବନ ଯାତ୍ରା।
-ନବଦିନାତ୍ମକ ଯାତ୍ରା: ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶେଇ ୯ ଦିନ ହେଉଥିବାରୁ ନବଦିନାତ୍ମକ ଯାତ୍ରା।
-ଗୁଣ୍ଡିଚା ଯାତ୍ରା: ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହା ଗୁଣ୍ଡିଚା ଯାତ୍ରା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories