ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ରାସ୍ତାର କନ୍ଧବାହାଲ ଗ୍ରାମ ନିକଟରେ ରବିବାର ସକାଳ ସମୟରେ ଭୁବନେଶ୍ୱରରୁ ଖଡ଼ିଆଳ ଆସୁଥିବା ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ଦୋକାନ ଭିତରେ କେହି ନଥିବାରୁ ସୌଭାଗ୍ୟ ବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏହାସହ ବସର ଯାତ୍ରୀ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି।
Popular Categories



