www.samajalive.in
Tuesday, December 9, 2025
16.1 C
Bhubaneswar

ମହିଳା କ୍ରିକେଟ, ହକିରେ ଭାରତର ଅଭିଯାନ ଆଜିଠାରୁ

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ସାମିଲ ହୋଇଥିବା ମହିଳା କ୍ରିକେଟରେ ଭାରତ ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଟି୨୦ ଫର୍ମାଟ​‌େ​‌ର ଖେଳାଯିବାକୁ ଥିବା କ୍ରିକେଟ ମ୍ୟାଚରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି। ଭାରତ ଗ୍ରୁପ-ଏ ରେ ଅଷ୍ଟ୍ରେଲିଆ , ପାକିସ୍ତାନ ଓ ବାର୍ବାଡୋସ ସହ ସ୍ଥାନ ପାଇଛି। ହରମାନପ୍ରୀତ କୌରଙ୍କ ନେତୃତ୍ବରେ ଦଳ ଖେଳିବ। ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣରେ ପଦକ ହାସଲ କରିବାର ଲକ୍ଷ୍ୟ ରଖିଛି। ଟି୨୦ କ୍ରିକେଟରେ ଅଷ୍ଟ୍ରେଲିଆ ବହୁତ ଶକ୍ତିଶାଳୀ ଦଳ। ଆମକୁ ବିଜୟ ନେଇ ପୂର୍ଣ୍ଣ ଦକ୍ଷତାର ସହିତ ଖେଳିବାକୁ ପଡିବ। ଅଲ୍‌ରାଉଣ୍ଡର ପୂଜା ବତ୍ସାକାର କରୋନା ଆକ୍ରାନ୍ତ ହୋଇଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳିବେନି। ଯାହା ଭାରତ ପାଇଁ ଖରାପ ଖବର ବୋଲି ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରା କହିଛନ୍ତି। ଯାଦବ ଓ ଜେମିମା ରୋଡିଗ୍ବେଜ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଖେଳାଳି। ଓପନିଂରେ ହରମାନପ୍ରୀତ ଓ ମଧ୍ୟଭାଗରେ ବ୍ୟାଟିଂରେ ଦୀପ୍ତି ଶର୍ମା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ମୋଟ ଉପରେ ଭାରତ ଏକ ସନ୍ତୁଳିତ ଦଳ ରହିଛି ବୋଲି ଅଞ୍ଜୁମ କହିଛନ୍ତି।

ସେହିପରି ମହିଳା ହକି ଦଳ ଘାନା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଭାରତ ଗ୍ରୁପ-ଏ ରେ ଇଂଲଣ୍ଡ, ୱେଲ୍‌ସ, ଘାନା ଓ କାନାଡା ସହ ସ୍ଥାନ ପାଇଛି। ଭାରତୀୟ ମହିଳା ହକି ଦଳର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭଲ ରେକର୍ଡ ରହିଛି। ଦଳ ୨୦୦୨ରେ ସ୍ବର୍ଣ୍ଣ ଓ ୨୦୦୬ରେ ରୌପ୍ୟ ପଦକ ହାସଲ କରିଥିଲା। ବର୍ତ୍ତମାନ ଏଫ୍‌ଆଇଏଚ୍‌ ମାନ୍ୟତାରେ ୯ତମ ସ୍ଥାନରେ ଥିବା ଭାରତ ସବିତା ପୁନିଆଙ୍କ ନେତୃତ୍ବରେ ବର୍ମିଂହାମ ଗସ୍ତ କରିଛି। ନେଦରଲାଣ୍ଡ୍‌ସ ପ୍ରଶିକ୍ଷକ ଜାନକେ ସ୍କୋପମ୍ୟାନଙ୍କ ପ୍ରଶିକ୍ଷଣରେ ଦଳ ଖେଳିବ। ଗୋଲଡକୋଷ୍ଟରେ ଭାରତୀୟ ମହିଳା ହକି ଦଳ ଖାଲି ହାତରେ ଫେରିଥିଲା। ନିକଟରେ ନେଦରଲାଣ୍ଡ୍‌ସ ଓ ସ୍ପେନରେ ଶେଷ ହୋଇଥିବା ବିଶ୍ବକପରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବା ଳକ୍ଷ୍ୟ ରହିଛି। ଘାନା ବିପକ୍ଷରେ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛି ବୋଲି ମୁଖ୍ୟ ପ୍ରଶିକ୍ଷକ ସ୍କୋପମ୍ୟାନ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories