www.samajalive.in
Tuesday, December 9, 2025
16.1 C
Bhubaneswar

ଆଇସିସି ଦିନିକିଆ ମାନ୍ୟତା, ୩ୟ ସ୍ଥାନରେ ଭାରତ

ଦୁବାଇ: ବୁଧବାର ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଭାରତ ୩-୦ରେ ପୋଛିବାରେ ସଫଳ ହୋଇଛି। ଏହାସତ୍ତ୍ବେ ଆଇସିସି ଦିନିକିଆ ଦଳ ମାନ୍ୟତାରେ ଭାରତ ପୂର୍ବପରି ୩ୟ ସ୍ଥାନରେ ରହିଛି। ପ୍ରଥମ ପସନ୍ଦର ଭାରତୀୟ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଶିଖର ଧାୱନ ନେତୃତ୍ବାଧୀନ ଭାରତୀୟ ଦଳ ଶୃଙ୍ଖଳା ମୂଳପୋଛ କରିପାରିଛି। ପ୍ରଥମ ୨ଟି ଦିନିକିଆ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ୩ୟ ଦିନିକିଆକୁ ୧୧୯ ରନ୍‌ରେ ଭାରତ ସହଜରେ ଜିତିଥିଲା। ଏହାର ଭାରତର କ୍ରମାଗତ ୩ୟ ଦିନିକିଆ ଶୃଙ୍ଖଳା ବିଜୟ। ବର୍ଷ ପ୍ରାରମ୍ଭରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା ହାରିବା ପରେ ଭାରତ ଗତ ୯ଟି ଦିନିକିଆ ମ୍ୟାଚ୍‌ରୁ ୮ଟି ଜିତିବାରେ ସପଳ ହୋଇଛି। ଏହାସତ୍ତ୍ବେ ୧୧୦ ପଏଣ୍ଟ ସହ ଭାରତ ଦିନିକିଆ ମାନ୍ୟତାରେ ୩ୟ ସ୍ଥାନରେ ରହିଛି। ପାକିସ୍ତାନ ମଧ୍ୟ ସମାନ ୧୧୦ ପଏଣ୍ଟ ପାଇଥି​‌େ​‌ଲ ହେଁ ଭାରତ ତଳକୁ ୪ର୍ଥ ସ୍ଥାନରେ ରହିଛି। ୧୨୮ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଶୀର୍ଷରେ ଥିବା ବେଳେ ୧୧୯ ପଏଣ୍ଟ ସହ ଇଂଲଣ୍ଡ ୨ୟ ସ୍ଥାନରେ ରହିଛି। ହେଲେ ପାକିସ୍ତାନକୁ ଆଗକୁ ନେଦରଲାଣ୍ଡ୍‌ସ ପରି ଦୁର୍ବଳ ଦଳ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବାର ଥିବାରୁ ଏହା ଭାରତକୁ ହଟାଇ ୩ୟ ସ୍ଥାନକୁ ଉନ୍ନୀତ ହୋଇପାରେ। ଅନ୍ୟପକ୍ଷରେ ସେହି ସମୟରେ ଭାରତ ମଧ୍ୟ ଅନ୍ୟତମ ଦୁର୍ବଳ ଦଳ ଜିମ୍ବାୱେ ଗସ୍ତରେ ଯାଇ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାରେ ଭାରତ ବିଜୟୀହେଲେ ୩ୟ ସ୍ଥାନ ବଜାୟ ରଖିପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories