www.samajalive.in
Friday, December 12, 2025
19.1 C
Bhubaneswar

ବୁର୍ଲା ଷ୍ଟେଟ୍ ବ୍ୟାଙ୍କର ଆଜିର ଦୃଶ୍ୟ – ଲକ ଡାଉନ୍ ବେଳେ ସବୁ ଓପନ

ସମାଜ ପୋର୍ଟାଲ ଡେସ୍କ: ଏହା ହେଉଛି ବୁର୍ଲା ଷ୍ଟେଟ୍ ବ୍ୟାଙ୍କର ଆଜିର ଦୃଶ୍ୟ। ମୁଖ୍ୟ ପ୍ରବେଶ ପଥରେ ଲମ୍ବା ଲାଇନ। ଏଠି ଲକ ଡାଉନ୍ ନିୟମକୁ ଅଣଦେଖା କରାଯାଉଛି। ପୋଲିସ, ସୁରକ୍ଷା କର୍ମୀ ଅଛନ୍ତି ହେଲେ ତାଗିଦ୍ କିମ୍ବା ସାମାଜିକ ଦୁରତ୍ଵ କଥା ଉପରେ ଗୁରୁତ୍ବ ଦୃଷ୍ଟି ଦିଆଯାଉନାହିଁ। ଯେଉଁମାନେ ସଚେତନ ସେମାନେ ଏତେବଡ଼ ଲାଇନ ଦେଖି ଫେରିଯାଉଥିବା ଦେଖିବାକୁ ମିଳିଛି। ବୁର୍ଲା ସହରରେ ଲକ୍ ଡାଉନକୁ କଡାକଡି କରାଯାଇନଥିବାରୁ ଲୋକମାନେ ବେଧଡକ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଗୋପବନ୍ଧୁ ଛକରୁ ଲକ୍ଷ୍ମୀ ପୂଜା ଛକ ପର୍ଯ୍ୟନ୍ତ ଅସ୍ଥାୟୀ ପନିପରିବା ଦୋକାନ ରେ ସକାଳୁ ସକାଳୁ ଭିଡ଼ ପରିଲକ୍ଷିତ ହୁଏ। ଏହା କଲୋନୀ ଭିତରେ ହେବା ଯୋଗୁଁ ବର୍ତ୍ତମାନ ସମୟରେ ଲୋକଙ୍କ ଭିଡ଼ କଲୋନୀ ବାସିନ୍ଦାଙ୍କୁ ଅଧିକା ଭୟଭୀତ କରାଉଛି।

ଯୁବକମାନେ ବିଶେଷ ଭାବରେ ସକାଳେ ଓ ସନ୍ଧ୍ୟାରେ ବାଇକ୍ ଧରି ବୁଲାବୁଲି କରୁଛନ୍ତି। ପୂର୍ବ ପରି ଏବେବି ଭାରତୀ କ୍ଲବ ଡ୍ରାମା ପେଣ୍ଡାଲ ଗ୍ରୀନ ରୁମ୍ ଏବେବି ଗଞ୍ଜେଇ ଖିଆ ଅସାମାଜିକ ଯୁବକଙ୍କ ଭିଡ଼ ଲାଗି ରହିଛି। ବୁର୍ଲା ଡ଼ାକ୍ତରଖାନାକୁ ଏବେ ବି ମଧ୍ୟ ରୋଗୀ ଚିକିତ୍ସା ସକାଶେ ଆସୁଛନ୍ତି। ଫଳରେ ଏଠିକାର ସମସ୍ୟା ବଢିବାର ସମ୍ଭାବନାକୁ ଏଡାଇ ଦିଯାଇନପାରେ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ସରକାରଙ୍କ ଲକ୍ ଡାଉନ୍ ନିୟମକୁ କଡାକଡି ମାନୁଥିବା ବେଳେ ବୁର୍ଲା ସହରରେ ନିୟମ ଅବମାନନା କରୁଥିବା ଦେଖି ବୁଦ୍ଧିଜୀବୀ ଚିନ୍ତାରେ ରହିଛନ୍ତି। ଏଣୁ ଏଠି ସ୍ବତନ୍ତ୍ର ପୁଲିସ ମୁତୟନ କରି ଲୋକଙ୍କୁ ସଜାଡ଼ିବା ପରେ ଲକ୍ ଡାଉନ୍ ଫଳପ୍ରଦ ହୋଇପାରିବ ବୋଲି ସଚେତନ ନାଗରିକ ଦାବି କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories