www.samajalive.in
Saturday, December 6, 2025
26.1 C
Bhubaneswar

ଜଙ୍କଫୁଡ଼ରେ ପୋଷଣଯୁକ୍ତ ମାଣ୍ଡିଆ ଖାଦ୍ୟ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଏବଂ ପୁଷ୍ଟିସାଧନ ବିଭାଗ ଏବଂ ଜିଲ୍ଲା କୃଷି ବିଭାଗ ସମ୍ବଲପୁର ମିଳିତ ଆନୁକୁଲରେ ଓଡ଼ିଶା ମାଣ୍ଡିଆ ମିଶନର ଖାଦ୍ୟ ପ୍ରସ୍ତୁତୀ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର ମୁଖ୍ୟ ଅତିଥି ସ୍ନାତକୋତ୍ତର ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାସ, କୁଳସଚିବ ଡ ନୃପରାଜ ସାହୁ, ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ର, କୃଷି ପ୍ରକଳ୍ପ ଅଧିକାରୀ ଟଙ୍କଧର ନାଗ, ଓଡ଼ିଶା ମାଣ୍ଡିଆ ମିଶନର ସଂଯୋଜକ ସୁଧାଶଙ୍କର ରାୟଗୁରୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ବିଭାଗର ସଂଯୋଜକ ପ୍ରଫେସର ପ୍ରଦୀପ କୁମାର ନାୟକ ମଞ୍ଚକୁ ସଭାପତିତ୍ୱ କରିଥିଲେ। ଖାଦ୍ୟ ବୈଷୟିକ ବିଜ୍ଞାନ ଏବଂ ପୁଷ୍ଟିସାଧନର ଛାତ୍ରଛାତ୍ରୀ ଏବଂ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବିଶ୍ୱ ଖାଦ୍ୟ ଦିବସ ପରିଚାଳିତ ହୋଇଯାଇଛି।
କୁଳପତି ପ୍ରଫେସର ମିଶ୍ର ମାଣ୍ଡିଆ ହେଉଛି ବହୁବିଧ ପୋଷାକତତ୍ୱ ଏବଂ ଉତ୍ତମ ସ୍ୱାସ୍ଥ୍ୟର ସର୍ବୋତ୍ତମ ବିକଳ୍ପ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ମାଣ୍ଡିଆ ରସଗୋଲା, ମାଣ୍ଡିଆ କେକ, ମାଣ୍ଡିଆ ଲଡ଼ୁ, ପକୁଡ଼ି, ମଣ୍ଡା, ମୋମ, ମାଣ୍ଡିଆ କଟଲେଟ, ମାଣ୍ଡିଆ ପାମ୍ପଡ଼, ମାଣ୍ଡିଆ ହାଲୁଆ, ମାଣ୍ଡିଆ ଚିଲ୍ଲା ଇତ୍ୟାଦି ବାର ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣ ବିଜେତାଙ୍କୁ ମାଣ୍ଡିଆ ଯୁକ୍ତ ଖାଦ୍ୟ ପ୍ରସ୍ତୁତୀ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ପୁରଷ୍କୃତ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କୁଳପତି ପ୍ରଫେସର ମିଶ୍ର ଆହୁରୀ ମଧ୍ୟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ପରିସର ଭିତରେ ଅବ୍ୟହାରକାରୀ ଭୁମିରେ ମାଣ୍ଡିଆ ଚାଷର ଉପଯୋଗିତା କରି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ସଠିକ ପୋଷଣ ଯାଞ୍ଚ କରି ତାର ପ୍ୟାକେଜ ଏବଂ ବହୁମୁଲ୍ୟବାନ ବିଧି ପଦାର୍ଥର ଆବିଷ୍କାର ଓ ଗବେଷଣା କରି ଅର୍ଥନୈତିକ ବଜାରରେ ଚାହିଦା କରିବା ଏବଂ ସ୍ୱରୋଜଗାର କ୍ଷମ ଲାଗି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ଏବଂ ପ୍ରତିଶୃତି ଦେଇଛନ୍ତି।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇଟି ବିଭାଗର ମିଳିତ ଆନୁକୁଲ୍ୟରେ ଖାଦ୍ୟ ବୈଷୟିକ ବିଜ୍ଞାନ ଏବଂ ପୁଷ୍ଟିସାଧନ ବିଭାଗ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା ବିଜ୍ଞାନ ବିଭାଗରେ ମାଣ୍ଡିଆ ଯୁକ୍ତ ଖାଦ୍ୟ ପଦାର୍ଥର ପ୍ରସ୍ତୁତୀ ପ୍ରଣାଳି ଏବଂ ବିଜ୍ଞାନଗତ ଗବେଷଣା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କୁଳସଚିବ ଡ ନୃପରାଜ ସାହୁଙ୍କ ମତରେ ମାଣ୍ଡିଆ ଖାଦ୍ୟର ଗୁଣାତ୍ମକ ବିକାଶ ଏବଂ ଅର୍ଥନୈତିକ ଚାହିଦାର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ସ୍ନାତକୋତ୍ତର ସମୁହ ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାସଙ୍କ ମତରେ ମାଣ୍ଡିଆଯୁକ୍ତ ଖାଦ୍ୟ, ସଜନାଯୁକ୍ତ ଖାଦ୍ୟ ଏବଂ ମହୁଲଯୁକ୍ତ ଖାଦ୍ୟର ସାମାଜିକ ମୁଲ୍ୟବୋଧ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଚାହିଦା ପାଇଁ ପ୍ରତିଶ୍ରୁତି ବଦ୍ଧ। ବିଭାଗୀୟ ପ୍ରୟୋଜକ ପ୍ରଫେସର ପ୍ରଦୀପ ନାୟକ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରିୟ ବିଶ୍ୱବିଦ୍ୟାଳୟ ମାନଙ୍କର, ଆର୍ନ୍ତଜାତୀୟ ସଂଳାପ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମାଣ୍ଡିଆ ପ୍ରଯୁକ୍ତି ଖାଦ୍ୟର ଉପସ୍ଥାପନା କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଜିଲ୍ଲା କୃଷି ବିଭାଗ ସମ୍ବଲପୁରର ଅର୍ଥନୈତିକ ସହାୟତା ରାଶି ପାଇଁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ଶୁଭେଚ୍ଛା। ଜିଲ୍ଲା କୃଷି ବିଭାଗ ସମ୍ବଲପୁରର ଭବିଷ୍ୟତରେ ଏପ୍ରକାର କାର୍ଯ୍ୟକ୍ରମ ସମ୍ବଲପୁର ମିଳିତ ଉଦ୍ୟମରେ ଅନୁଷ୍ଠିତ କରିବେ ବୋଲି କୃଷି ଅଧିକାରୀ  ମିଶ୍ର କହିଛନ୍ତି ଏବଂ ପ୍ରତିଶ୍ରୁତି ବଦ୍ଧ ବୋଲି ବ୍ୟକ୍ତ କରିଛନ୍ତି। ଶେଷରେ ସହକାରୀ ପ୍ରଫେସର ଡ ଅପରାଜିତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories