ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଉପସ୍ଥାପନ କରିଛନ୍ତି। ବଜେଟର ମୁଖ୍ୟାଂଶ କ’ଣ ରହିଛି ତାହା ଏଠାରେ ଉଲ୍ଲେଖ ରହିଛି।
– ରାଜକୋଷ ନିଅଣ୍ଟ ୩.୪ ପ୍ରତିଶତରୁ ୩.୩ ପ୍ରତିଶତକୁ ହ୍ରାସ ପାଇଛି
– ପେଟ୍ରୋଲ ଓ ଡିଜେଲ ସେସ୍ ଲିଟର ପିଛା ୧ ଟଙ୍କା ବୃଦ୍ଧି
– ସୁନା ଉପରେ ସୀମା ଶୁଳ୍କ ୧୦%ରୁ ୧୨.୫%କୁ ବୃଦ୍ଧି
– ବାର୍ଷିକ ଆୟ ୨ରୁ ୫କୋଟି ଏବଂ ୫ କୋଟିରୁ ଅଧିକ ଥିଲେ ୭% ସରଚାର୍ଜ ବୃଦ୍ଧି କରାଯିବ
– ଭାରତରେ ପର୍ଯ୍ୟଟକଙ୍କୁ ଉତ୍ସାହିତ କରିବା ଲାଗି ୧୭ଟି ଚିତ୍ତାକର୍ଷକ ସ୍ଥାନ ନିର୍ମାଣ କରାଯିବ
– ଗତ ବର୍ଷ ବ୍ୟାଙ୍କଗୁଡ଼ିକର ଏନପିଏ ୧ ଲକ୍ଷ କୋଟି ହ୍ରାସ ପାଇଛି
– ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ଉଠାଇଲେ ୨% ଟିକସ ଲାଗୁ ହେବ
– ପାନ୍ କାର୍ଡ ନ ଥିଲେ ଆଧାର କାର୍ଡ ଜରିଆରେ ଆୟକର ଦାଖଲ ହୋଇପାରିବ
– ଷ୍ଟାର୍ଟଅପ୍ଗୁଡ଼ିକୁ ଉତ୍ସାହିତ କରିବା ଲାଗି ଆୟକର ଯାଞ୍ଚ ହେବନାହିଁ
– ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୯୫ କୋଟି ଘର ଯୋଗାଇ ଦିଆଯିବ
– ମତ୍ସ୍ୟଜୀବୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭ ହେବ
– ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଦୈନିକ ୧୩୫ କିଲୋମିଟର ରାସ୍ତା ନିର୍ମାଣ ହେଉଛି। ଆଗାମୀ ୫ବର୍ଷରେ ୧.୨୫ ଲକ୍ଷ କିଲୋମିଟର ରାସ୍ତା ନବୀକରଣ ହେବ। ରାସ୍ତା ନବୀକରଣ ପାଇଁ ୮୦ ହଜାର ୨୪୦ କୋଟି ଖର୍ଚ୍ଚ ହେବ
– ପାରମ୍ପରିକ ବାଉଁଶ, ମହୁ, ଖଦୀ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ
– ସବୁ ଭାରତୀୟଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଜଳଶକ୍ତି ମନ୍ତ୍ରଣାଳୟ କରାଯାଇଛି। ‘ହର ଘର ଜଲ’ ଯୋଜନାରେ ସବୁ ଗାଁକୁ ୨୦୧୪ ସୁଦ୍ଧା ପାନୀୟଜଳ ଯୋଗାଣ। ଜଳ ସଙ୍କଟ ଭୋଗୁଥିବା ୨୫୬ ଜିଲାରେ ଯୋଜନା କାର୍ଯ୍ୟକାରୀ କରାଯାଉଛି।
– ଦେଶର ସବୁ ପଞ୍ଚାୟତକୁ ଡିଜିଟାଲ କନେକ୍ସନ ସୁବିଧା ମିଳିବ
– ସହରାଞ୍ଚଳରେ ୮୧ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଲକ୍ଷ୍ୟ। ୮୧ ଲକ୍ଷରୁ ୨୬ ଲକ୍ଷ ସରିଛି, ୨୪ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିଛି।
– ୨୦୧୯ ଅକ୍ଟୋବର ୨ ସୁଦ୍ଧା ଦେଶକୁ ବାହ୍ୟ ମଳମୁକ୍ତ କରିବା ଲକ୍ଷ୍ୟ
– ଉତ୍ତମ ଶିକ୍ଷାଦାନ ପାଇଁ ଜାତୀୟ ଶିକ୍ଷାନୀତି ପ୍ରଣୟନ ହେବ
– ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୧୦ ନିୟୁତ ଯୁବକଙ୍କୁ ତାଲିମ
– ମାଗଣାରେ ଏଲଇଡି ବଣ୍ଟନ ଦ୍ବାରା ବାର୍ଷିକ ୧୮୩୪୧ କୋଟି ଟଙ୍କା ରକ୍ଷା କରାଯାଇ ପାରିଛି
– ଜନଧନ ଆକାଉଣ୍ଟ ଥିବା ଏସଏଚଜିର ପ୍ରତି ସଦସ୍ୟଙ୍କୁ ୧ଲକ୍ଷ ପର୍ଯ୍ୟନ୍ତ ଋଣ
– ଭାରତୀୟ ପାସ୍ପୋର୍ଟ ଥିବା ଏନଆରଆଇଙ୍କୁ ଆଧାର କାର୍ଡ ପ୍ରଦାନ ଯୋଜନା
– ଆଇକନିକ ଟୁରିଜମ କ୍ଷେତ୍ର ହେବ ଦେଶର ୧୭ ପର୍ଯ୍ୟଟନ ସ୍ଥଳ
– ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି । ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୫ ହଜାର କୋଟି ପୁଞ୍ଜି ପ୍ରତ୍ୟାହାର ହେବ
– ନୂଆ ୧, ୨, ୫, ୧୦ ଏବଂ ୨୦ ଟଙ୍କିଆ ମୁଦ୍ରା ପ୍ରଚଳନ ହେବ। ଦୃଷ୍ଟିହୀନଙ୍କ ଚିହ୍ନିବା ପାଇଁ ନୂଆ ମୁଦ୍ରାରେ ବିଶେଷ ବ୍ୟବସ୍ଥା ରହିବ
– କର୍ପୋରେଟ ଟିକସ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ ପାଇଁ ପ୍ରସ୍ତାବ। ୨୫୦ କୋଟି କାରବାର ଥିବା କମ୍ପାନୀ ପାଇଁ ୨୫ % ଟିକସ ପଡୁଥିଲା। ୨୫% ଟିକସ ପାଇଁ କାରବାର ପରିମାଣ ୪୦୦ କୋଟିକୁ ବୃଦ୍ଧି ପ୍ରସ୍ତାବ
– ବିଦ୍ୟୁତ ଚାଳିତ ଯାନ ଓ ସୋଲାର ପ୍ୟାନେଲ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ
– ୫ ଲକ୍ଷରୁ କମ ଆୟ ପାଇଁ ଆୟକର ସମ୍ପୂର୍ଣ୍ଣ ଛାଡ଼ ବଳବତ୍ତର
– ଇଲେକ୍ଟ୍ରି କାର କିଣିବା ପାଇଁ ଟିକସ ରିହାତି
– ପାନ୍ କାର୍ଡ-ଆଧାର କାର୍ଡ ଇଣ୍ଟର ଚେଞ୍ଜ ପାଇଁ ବଡ଼ ପ୍ରସ୍ତାବ। ପାନ୍ କାର୍ଡ ନ ଥିଲେ ଆଧାର କାର୍ଡ ନମ୍ବରରେ ଦେଇହେବ ଟିକସ। ଆଧାର କାର୍ଡ ନ ଥିଲେ ପାନ୍ କାର୍ଡ ଜରିଆରେ ପରିଚୟ ଦିଆଯାଇ ପାରିବ
– ଗୃହ ଋଣ ଉପରେ ରିହାତି ଘୋଷଣା। ୪୫ ଲକ୍ଷ ଟଙ୍କା ଗୃହ ଋଣ ଉପରେ ସାଢ଼େ ୩ ଲକ୍ଷ ରିହାତି
– ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ଟିକସ ବୃଦ୍ଧି ପାଇଁ ପ୍ରସ୍ତାବ
– ଇମ୍ପୋର୍ଟେଡ ବହି ଉପରେ ଟିକସ ଲାଗିବ, ମୂଲ୍ୟ ବଢ଼ିବ
– ଡିଜିଟାଲ କ୍ୟାମେରା, କାଜୁ ଦର ବଢ଼ିବ
– ସୋଲାର ପ୍ୟାନେଲ, ଚମଡ଼ାଜାତ ଦ୍ରବ୍ୟ ଦର କମିବ
– ବିଦ୍ୟୁତ ଚାଳିତ କାର ଦର କମାଇବାକୁ ବଜେଟରେ ଘୋଷଣା