www.samajalive.in
Saturday, December 6, 2025
26.1 C
Bhubaneswar

ଅଭିବୃଦ୍ଧିର ଶିଳାନ୍ୟାସ: ପୀୟୂଷ ଗୋଏଲ 

ବଜେଟ ଉପସ୍ଥାପନ କରିବା ସହିତ ଆସନ୍ତା ୧୦ ବର୍ଷର ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି ପୀୟୁଷ ଗୋଏଲ। ଆସନ୍ତା ୫ ବର୍ଷର୍ରେ ୧ ଲକ୍ଷ ଡିଜିଟାଲ୍‍ ଗ୍ରାମ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ପୀୟୂଷ ଗୋଏଲ କହିଛନ୍ତି ଯେ ଅ।।ଗାମୀ ୮ ବର୍ଷ ମଧ୍ୟରେ ଭାରତ ୧୦ ଲକ୍ଷ କୋଟି ଟଙ୍କାର ଅର୍ଥନୀତି ହେବ। ମୋଦୀ ସରକାର ଏକ ଭବ୍ୟ ଭାରତର ଶିଳାନ୍ୟାସ କରିଛନ୍ତି। ଏହା ଏକ ଅନ୍ତରୀଣ ବଜେଟ୍‍ ନୁହେଁ। ଦେଶର ବିକାଶର ଜୟଯାତ୍ରା। ଭାରତ ଗତ ୫ବର୍ଷ ଭିତରେ ଏକ ସମ୍ଭାବନାପୂର୍ଣ୍ଣ ଦେଶ ଭାବରେ ବିଶ୍ୱ ଦରବାରରେ ପରିଗଣିତ ହୋଇଛି। ଆମେ କେବଳ ଶିଳାନ୍ୟାସ କରୁଛୁ। ଭାରତବାସୀଙ୍କ ସହଯୋଗରେ ଏକ ଭବ୍ୟ ଭାରତ ନିର୍ମାଣ ହେବା ନିଶ୍ଚିତ। କାରଣ ମୋଦୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ, ନୀତି ସ୍ପଷ୍ଟ ଓ ନିଷ୍ଠା ଅଟଳ।
ଅନ୍ତରୀଣ ବଜେଟରେ ୩, ୩୬, ୨୯୨କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଥିବା ବେଳେ ମୋଟ ବ୍ୟୟ ବରାଦ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩% ବୃଦ୍ଧି ଘଟିଛି। ଏଥିସହିତ ଏସ୍‍ସିଏସ୍‍ଟି କଲ୍ୟାଣ ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନାରେ ବ୍ୟୟବରାଦ ବୃଦ୍ଧି କରାଯାଇଛି। ଏଣିକୁ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାଣ୍ଡ ଅପ୍‍ ଓ ଷ୍ଟାର୍ଟ ଅପ୍‍ ଇଣ୍ଡିଆରେ ୫୯ ମିନିଟରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ। କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ହିତାଧିକାରୀଙ୍କ ପାଇଁ ଆଜି କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‍ରେ ବଡ଼ ଘୋଷଣା କରିଛନ୍ତି। ଗ୍ରାଚ୍ୟୁଇଟି ସହାୟତା ରାଶି ୧୦ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଭାରତୀୟ ସିନେମା ନିର୍ମାତାଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯିବ। ସିନେମାର ଜାଲିଆତିକୁ ରୋକିବା ପାଇଁ ଆଇନ ଅଣାଯିବ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର ପାଇଁ ୪ ଆର (ଏଗରିକୋଗନାଇଜେସନ୍‍, ରିଜୋଲ୍ୟୁସନ୍‍, ରି କ୍ୟାପିଟାଲାଇଜେସନ୍‍ ଓ ରିଫର୍ମ) ଯୋଜନା ହାତକୁ ନିଆଯିବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories