www.samajalive.in
Sunday, December 7, 2025
15.1 C
Bhubaneswar

‘ଟୋଟାଲ ଧମାଲ’ ପାଇଁ ‘ଦେ ଦେ ପ୍ୟାର ଦେ’ର ମୁକ୍ତିଲାଭ ଦିନ ବଦଳିଲା

ମୁମ୍ବଇ : ବଲିଉଡ଼ ଅଭିନେତା ଅଜୟ ଦେବଗନ୍‍ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ଅର୍ଥାତ୍‍ ଆସନ୍ତା ୨୨ ଫେବୃଆରୀରେ ମୁକ୍ତିଲାଭ ହେବାକୁ ଥିବା ‘ଟୋଟାଲ ଧମାଲ’କୁ ନେଇ ଖୁବ୍‍ ଚର୍ଚ୍ଚାରେ ରହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‍ ଦେ’ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି। ମିଳିଥିବା ଖବର ଅନୁସାରେ, ତାଙ୍କ ଅଭିନୀତ ‘ଦେ ଦେ ପ୍ୟାର୍‍ ଦେ’ ର ମୁକ୍ତିଲାଭ ତାରିଖ ବଦଳି ଯାଇଛି। ତେବେ ‘ଟୋଟାଲ ଧମାଲ’ ପାଇଁ ଏହାର ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ପ୍ରଥମେ ଏହା ୧୫ ମାର୍ଚ୍ଚରେ ମୁକ୍ତିଲାଭ କରିବାର ଥିଲା। ମାତ୍ର ଏବେ ଏହାର ମୁକ୍ତିଲାଭ ତାରିଖରେ ପରିବର୍ତ୍ତନ କରାଯାଇ ୧୭ ମେ କରାଯାଇଛି।

ସୂଚନା ଅନୁସାରେ, ୨୦ ଦିନ ମଧ୍ୟରେ ଜଣେ ଅଭିନେତାଙ୍କ ୨ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ବ୍ୟବସାୟ ପାଇଁ ଭଲ ନୁହେଁ। ଦୁଇ ଚଳଚ୍ଚିତ୍ରର ମାର୍କେଟିଙ୍ଗ୍‍ କ୍ୟାମ୍ପେନିଙ୍ଗ୍‍ ରେ ପ୍ରଭାବ ପଡ଼ିପାରେ। ଏହି କାରଣରୁ ନିର୍ମାତା ଏହାର ମୁକ୍ତିଲାଭ ତାରିଖ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଯୋଜକ ଭୂଷଣ କୁମାରଙ୍କ କହିବା ଅନୁସାରେ, “ଦେ ଦେ ପ୍ୟାର୍‍ ଦେ’ ଚଳଚ୍ଚିତ୍ର ଏକ ବ୍ୟବସାୟ ଭିତ୍ତିକ ମନୋରଞ୍ଜନ ମାଧ୍ୟମ। ଏହା ପାଇଁ ଏକ ଭଲ ମୁକ୍ତିଲାଭ ତାରିଖ ରହିବା ଆବଶ୍ୟକ। ଟୋଟାଲ ଧମାଲ ମୁକ୍ତିିଲାଭ ହେବାର ୧୫-୨୦ ଦିନ ମଧ୍ୟରେ ଆମ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଆମେ ଠିକ୍‍ ମନେକରୁନାହୁଁ। ତେଣୁ ୧୭ ମେ ଉଚିତ୍‍ ତାରିଖ”।

- Advertisement -

ଉଲ୍ଲେଖଯୋଗ୍ୟ, ‘ଦେ ଦେ ପ୍ୟାର୍‍ ଦେ’ ଚଳଚ୍ଚିତ୍ରରେ ଅଜୟଙ୍କ ବ୍ୟତୀତ ରକୁଲ ପ୍ରୀତ୍‍ଙ୍କୁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ପ୍ରଯୋଜନା ଭାର ଲଭ୍‍ ରଞ୍ଜନ ଓ ଭୂଷଣକୁମାର ବହନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories