www.samajalive.in
Wednesday, December 10, 2025
18.1 C
Bhubaneswar

ବିକାଶମୁଖୀ କଲ୍ୟାଣକାରୀ ବଜେଟ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ଆଜି ଉପସ୍ଥାପିତ ଅନ୍ତରୀଣ ବଜେଟକୁ ଏକ ବିକାଶମୁଖୀ, ଲୋକାଭିମୁଖୀ ଏବଂ କଲ୍ୟାଣକାରୀ ବଜେଟ ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିହିତ କରିଛନ୍ତି। ବଜେଟ ପିରାମିଡ଼ର ତଳ ଠାରୁ ଉପର ପର୍ଯ୍ୟନ୍ତ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ କେନ୍ଦ୍ର ସରକାରଙ୍କ ଏହି ଲୋକାଭିମୁଖୀ ବଜେଟ ପରେ ନିଶ୍ଚିତ ଭାବେ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଜନତାଙ୍କ ସମର୍ଥନ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଧିକ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ସରକାର ଅମଳର ବଜେଟ ଗୁଡ଼ିକରେ ପୁଞ୍ଜିପତିଙ୍କ ହିତକୁ ଧ୍ୟାନ ଦିଆଯାଉଥିବା ବେଳେ ନରେନ୍ଦ୍ର ମୋଦି ନେତୃତ୍ୱାଧିନ ଏନଡିଏ ସରକାରଙ୍କ ବଜେଟରେ ଦେଶର ଗରିବ ଓ ମଧ୍ୟମ ବର୍ଗର ସ୍ୱାର୍ଥକୁ ପ୍ରାଧାନ୍ୟ ମିଳିଛି। ଗତ ପାଞ୍ଚ ବର୍ଷ ତଳେ ବିଜେପି ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶୃତିକୁ ବିଭିନ୍ନ ଯୋଜନା ମାଧ୍ୟମରେ ବଜେଟରେ ପୂର୍ଣ୍ଣାଙ୍ଗ କରାଯାଇଛି। ଏକଦା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ହସରେ ଉଡ଼ାଇ ଦିଆଯାଉଥିବା ବେଳେ ଏବେ ଦେଶରେ ଡିଜିଟାଲ ଇଣ୍ଡିଆ ସଫଳତାର ଝଲକ ଦେଖିବାକୁ ମିଳିଛି। ଡିଜିଟାଲ ଇଣ୍ଡିଆ କାରଣରୁ ଦେଶରେ ୨୫କୋଟି ଏଲପିଜି ସଂଯୋଗ ଦିଆଯିବା ସମ୍ଭବ ହେବା ସହ ସବୁ ସରକାରୀ ଯୋଜନାର ସୁଫଳ ସିଧାସଳଖ ହିତାଧିକାରୀଙ୍କୁ ମିଳୁଛି। ମୋଦି ସରକାରଙ୍କ ଚାଷୀଙ୍କୁ ୬ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣାକୁ ଯୁଗାନ୍ତକାରୀ ଦର୍ଶାଇବା ସହ ୫ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣାକୁ ମଧ୍ୟମବର୍ଗ ପ୍ରତି ଏନଡିଏ ସରକାରର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ବଜେଟକୁ ପ୍ରଶ୍ନ ଉଠାଇବା ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଡ଼ା ସମାଲୋଚନା କରି କହିଛନ୍ତି ଯେ ପୂର୍ବରୁ ଗୋଟିଏ ପରିବାରର ତିନି ପିଢ଼ୀ ବହୁ ବର୍ଷ ଧରି ଦେଶର ଶାସନଭାର ସମ୍ଭାଳି ଥିଲେ ଏବଂ କଂଗ୍ରେସ ଦଳ ବହୁ ବର୍ଷ ଧରି ବିଭିନ୍ନ ରାଜ୍ୟ ସରକାର ଗୁଡ଼ିକରେ କ୍ଷମତାରେ ରହିଥିଲେ। ଏଭଳି ଲୋକାଭିମୁଖୀ ବଜେଟ ଆଣିବାକୁ କଂଗ୍ରେସ ଦଳକୁ କିଏ ରୋକିଥିଲା; ଏବେ କାହିଁକି ସେମାନଙ୍କୁ ପୀଡ଼ା ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ। ଦେଶର ବିକାଶ ବଦଳରେ କଂଗ୍ରେସ ନେତା ମାନେ ନିଜ ସଂପତ୍ତି ବୃଦ୍ଧି କରିଛନ୍ତି; ବଜେଟରେ ଗରିବଙ୍କୁ ଅର୍ଥ ଦିଆଯାଇଛି ଏବଂ ଆଗକୁ ମଧ୍ୟ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। କୃଷି ଋଣ ଛାଡ଼ ନେଇ ଡିଣ୍ଡିମ ପିଟୁଥିବା କଂଗ୍ରେସ ଦଳ ପଞ୍ଜାବରେ କାହିଁକି ଚାଷୀ ଋଣ ଛାଡ଼ କରିନାହି ବୋଲି ପ୍ରଶ୍ନ କରିବା ସହ କେନ୍ଦ୍ରର ଏନଡିଏ ସରକାର ଭୋଟ ରାଜନୀତି କରୁନାହିଁ; ଦେଶର ବିକାଶ ରାଜନୀତି କରୁଛି ଏବଂ ବଜେଟରେ ଏସବୁ ପ୍ରତିଫଳିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦର୍ଶାଇଥିଲେ।
କେନ୍ଦ୍ର ବଜେଟରେ ଚାଷୀଙ୍କୁ ୬ହଜାର ଟଙ୍କା ଆର୍ଥିକ ସହାୟତା ମିଳିବା ଘୋଷଣା ଓଡ଼ିଶା ସରକାରଙ୍କ କାଳିଆ ଯୋଜନାର ଏକ ନକଲ ବୋଲି ବିଜେଡି ସାଂସଦଙ୍କ ଅଭିଯୋଗକୁ କଡ଼ା ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ପ୍ରତି ନବୀନ ବାବୁଙ୍କର ନିଷ୍ଠା ଥିଲେ କାଳିଆ ଯୋଜନା ପାଇଁ ଗତ ନଭେମ୍ବର ମାସରେ ଅତିରିକ୍ତ ବଜେଟ ବ୍ୟୟ ବରାଦ କରିଥାନ୍ତେ। ସେଭଳି କିଛି ନ କରି ବିଜେଡି ସରକାର ମିଛ ଯୋଜନା କରୁଛି ଏବଂ ଏଥିରେ ସାଧାରଣ ଓଡ଼ିଆ ଚାଷୀ ଉପକୃତ ହେବା ବଦଳରେ ମନ୍ତ୍ରୀଙ୍କ ପରିବାର ଓ ସଂପର୍କୀୟ ଲାଭାନ୍ୱିତ ହେବା ଘଟଣା ଗଣମାଧ୍ୟମରୁ ଜଣାପଡ଼ୁଛି; ଏଇଟା କ’ଣ ବାସ୍ତବରେ କାଳିଆ ଯୋଜନା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ। ଓଡ଼ିଶାର ଜନତା ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନାପସନ୍ଦ କରିବେ ଏବଂ ରାଜ୍ୟର ଅପାରଗ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories