www.samajalive.in
Monday, December 8, 2025
27.1 C
Bhubaneswar

ବିଏସ୍‍ଏଫ୍‌ରେ ମହିଳାଙ୍କ ଭର୍ତ୍ତି ଆରମ୍ଭ: ୧୭୨୭ ଯୁବତୀ କରାଇଲେ ପଞ୍ଜିକରଣ

ଜାମ୍ମୁ-କଶ୍ମୀର: ସୀମା ସୁରକ୍ଷା ବଳ(ବିଏସ୍‍ଏଫ୍‍) ଓ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍‍ଏଫ୍‍)ରେ ଝିଅମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ ଝିଅମାନଙ୍କ ମଧ୍ୟରେ ଖୁବ୍‍ ଉତ୍ସାହ ଦେଖିବାକୁ ମିଳିଛି। ଗୁରୁବାର ବିଏସ୍‍ଏଫ୍‍ର ପନ୍ଥି କ୍ୟାମ୍ପସରେ ଝିଅମାନଙ୍କ ନିଯୁକ୍ତି ରାଲି ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ-କଶ୍ମୀର ସ୍ଥିତ କଠୁଆ ଓ ସାମ୍ବା ଜିଲାର ଯୁବତୀମାନେ ଭାଗ ନେଇଥିଲେ। ପ୍ରାୟ ୧୭୨୭ ସଂଖ୍ୟକ ଯୁବତୀ ଏଥିପାଇଁ ପଞ୍ଜିକରଣ କରିଥିଲେ। ପ୍ରଥମ ଦିନରେ ୪୪୩ ଜଣ ଶାରୀରିକ ପରୀକ୍ଷାରେ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ୧୪୭ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଗାମୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଗକୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଲିଖିତ ପରୀକ୍ଷା ହେବ। ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଠୁଆର ଶାଲୁ, ରୁଚିକା ନାମକ ଦୁଇ ଯୁବତୀ ନିଜର ଖୁସି ବ୍ୟକ୍ତ କରିଛନ୍ତି। ପିଲାଦିନୁ ସେମାନେ ଏହି ଦିଗ ପ୍ରତି ଆକୃଷ୍ଟ ଥିଲେ ଓ ଧିରେଧିରେ ତାଙ୍କ ସ୍ୱପ୍ନ ସାକାର ହେଲା ଭଳି ସେମାନେ ଅନୁଭବ କରୁଥିବା କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories