www.samajalive.in
Monday, December 8, 2025
27.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ; ଅଭିଯୁକ୍ତ ଗିରଫ

ନେମାଳ : ଛଅ ବର୍ଷର ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଘଟଣା ନେମାଳ ଥାନା ଅଞ୍ଚଳରେ ଘୋର ଉତ୍ତେଜନା ସୃଷ୍ଟି କରିଛି। ତାଙ୍କ ଘର ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ଗ୍ରାମର ବିଳାସ ଚାନ୍ଦଙ୍କ କନ୍ୟା ମୋନାଲି(ଛଦ୍ମନାମ) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଘରପାଖରେ ପ୍ରଥମାଷ୍ଟମୀ ଉପଲକ୍ଷେ ଯାତ୍ରା ପରିବେଷଣ ହେଉଥିବାରୁ ନାବାଳିକା ଜଣଙ୍କ ଗୁରୁବାର ସନ୍ଧ୍ୟା ସମୟରେ ନାଟକ ଦେଖିବା ପାଇଁ ଯାଇଥିଲା। ଉକ୍ତ ଯାତ୍ରାରେ ନିରୁଦ୍ଧିଷ୍ଟ ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ଖୁବ୍‍ ଖୋଜା ଖୋଜି କରିଥିଲେ। କିନ୍ତୁ ଝିଅର କୈାଣସି ସନ୍ଧାନ ମିଳିପାରି ନ ଥିଲା। ପରେ ଶୁକ୍ରବାର ସକାଳ ପ୍ରୟ ୬ଟା ସମୟରେ ଘରର ଅନତି ଦୂରରେ ଥିବା ବାଉଁଶ ବଣ ପାଖରେ ରକ୍ତାତ ଅବସ୍ଥାରେ ଅଚେତ ହୋଇ ପଡି ରହିଥିବାର ସ୍ଥାନୀୟ ଲୋକେ ଦେଖି ଡାକ ପକାଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ଝିଅକୁ ଉଦ୍ଧାର କରି ଘରକୁ ଆଣିଥିଲେ। ସେଠାରେ କିଛି ସମୟ ଚେତା ଫେରିବା ପରେ ତାକୁ ଯାତ୍ରାପାଟିର ଡ୍ୟାନ୍ସ ମାଷ୍ଟର ନାଣ୍ଡୁ ଓରଫ ରମାକାନ୍ତ ସିଂ ନାଚ ସିଖାଇ ଦେବାକୁ କହି କୈାଶଳ କ୍ରମେ ଅସ୍ଥାୟୀ ଭାବେ ରହୁଥିବା ଘରକୁ ନେଇଯାଇଥିଲା। ପରେ ମୋନାଲି ମୁହରେ କପଡା ଗୁଡାଇ ପାଖ ବାଉଁଶ ବଣରେ ବଳାତ୍କାର କରିବା ସହ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଗଳାକୁ ଚିପି ଆକ୍ରମଣ କରିଥିଲା। ପରେ ମୋନାଲି ଚେତାଶୂନ୍ୟ ହୋଇପଡିଥିବା କଥା ଘରଲୋକଙ୍କ ପାଖରେ ପ୍ରକାଶ କରିଥିଲା। ତେବେ ମୋନାଲିର ଅବସ୍ଥା ଗୁରୁତର ହୋଇପଡିଥିବା ବେଳେ ପୁନର୍ବାର ଚେତାଶୂନ୍ୟ ହୋଇଯିବାରୁ ତୁରନ୍ତ ନିଶ୍ଚିନ୍ତକୋଇଲି ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇ ଚିକିତ୍ସିତ କରାଯାଉଛି। ଉକ୍ତ ଘଟଣା ସଂପର୍କରେ ଏସ.ପି ରାଧା ବିନୋଦ ପାଣିଗ୍ରାହି,ଅତିରିକ୍ତ ଏସପି ପ୍ରଦୁମ୍ନ କୁମାର ଜେନା,ନେମାଳ ଥାନା ଆଇଆଇସି ନିହାର ରଂଞ୍ଜନ ମହାନ୍ତି,ନିଶ୍ଚିନ୍ତକୋଇଲି ଆଇଆଇସି ସୁଭ୍ରାଶୁଂ ପରିଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ସାଇନଟିଫିକ ଦଳ ପକ୍ଷରୁ ତଦନ୍ତ କରାଯାଇଥିଲା। ପରେ ସମ୍ପୃକ୍ତ ଥିବା ଆସାମି ନାଣ୍ଡୁ ଓରଫ ରମାକାନ୍ତ ସିଂ କୁ ଥାନା ପୁଲିସ ଗିରଫ କରିବା ସହିତ କେଶ୍‍ ନଂ ୧୨୧/୨୦୧୯ ରେ ଏକ ମାମଲା ରୁଜୁ କରିଛି। ତେବେ ଉକ୍ତ ଘଟଣା ଅଞ୍ଚଳରେ ଘୋର ଉତ୍ତେଜନା ହେବାରୁ ଯୁବ ବିଜେଡି ସଭାପତି ତଥା ନିଶ୍ଚିନ୍ତକୋଇଲି ମିଡିଆ ସେଲ୍‌ଫର ଅଧ୍ୟକ୍ଷ ଅଶୋକ ଓଝା, ପ୍ରାକ୍ତନ ଜିଲାପରିଷଦ ସଭ୍ୟ ହିଂମାଶୁ ଶେଖର ମହାନ୍ତି ପ୍ରମୁଖଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories