www.samajalive.in
Monday, December 8, 2025
24.1 C
Bhubaneswar

ମାନବିକତା ଦେଖାଇଲେ ବିଏସଏଫ ଯବାନ, ଅସୁସ୍ଥ ମହିଳାଙ୍କ ଜୀବନ ବଞ୍ଚେଇଲେ

ଫୁଲବାଣୀ:ଜଣେ ଗରୀବ ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢ଼ାଇ ମାନବିକତା ଦେଖାଇଛନ୍ତି ବିଏସଏଫ ଯବାନ। ଅସୁସ୍ଥ ମହିଳା ଜଣଙ୍କୁ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ତାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। ସୂଚନା ଅନୁସାରେ, ଶନିବାର ସକାଳୁ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧର ପୁରନ୍ଦର ମଲିକଙ୍କ ସ୍ତ୍ରୀ ବବିତାଙ୍କ ଦେହ ହଠାତ ଅସୁସ୍ଥ ହୋଇଯାଇଥିଲା। ସେ ଚେତାଶୂନ୍ୟ ହୋଇ ଘରେ ପଡ଼ିଯାଇଥିଲେ। ଏହି ଅଞ୍ଚଳରେ ନେଟୱର୍କ ସମସ୍ୟା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ପାରିନଥିଲେ ପରିବାର ଲୋକେ।

କୌଣସି ଉପାୟ ନପାଇ ସାଡିଙ୍ଗିଆ ଠାରେ ଥିବା ବିଏସଏଫ କ୍ୟାମ୍ପ ସହିତ ଯୋଗାଯୋଗ କରିଥିଲେ। ବିଳମ୍ବ ନକରି ବିଏସଏଫ ଯବାନମାନେ ତୁରନ୍ତ କ୍ୟାମ୍ପରେ ଜରୁରୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସ ନେଇ ସୁମେରବନ୍ଧ ଯାଇ ଗୁରୁତର ଅବସ୍ଥାରେ ଘରେ ପଡ଼ି ରହିଥିବା ବବିତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇବା ସହ ନିଜ ଖର୍ଚ୍ଚରେ ଚିକିତ୍ସା କରାଇଥିଲେ।

- Advertisement -

ଏହାପରେ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ବବିତାଙ୍କୁ ମେଡିକାଲ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିବା ସମୟରେ ବିଏସଏଫର ଯବାନ କିସାନବୀର ସିଂ, ଶ୍ରୀନିବାସ ରାଜ ଓ ହୀରକ ବରମନ ସାମିଲ ହୋଇଥିଲେ। ବିଏସଏଫ ଯବାନଙ୍କ ଯୋଗୁଁଁ ଜଣେ ମହିଳା ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି। ଏଥିପାଇଁ ପରିବାର ସହ ଅଞ୍ଚଳବାସୀ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ବିଏସଏଫ ଓ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀ ନିଜ ଦାୟିତ୍ୱ ସହିତ ବିପଦ ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇ ସମସ୍ତଙ୍କ ବିଶ୍ବାସ ଭାଜନ ହୋଇ ପାରିଛନ୍ତି। ରବିବାର ମଧ୍ୟ କିଛି ଜବାନ ଡ଼ାକ୍ତରଖାନାରେ ପହଞ୍ଚି ଅସୁସ୍ଥ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories