www.samajalive.in
Wednesday, December 10, 2025
18.1 C
Bhubaneswar

ହନ୍ତସନ୍ତ ଧାମରାବାସୀ; ଶେଷ ହୋଇପାରୁନି ନିର୍ମାଣାଧୀନ ପୋଲ

ଧାମରା : ବାଂଶଡା ଠାରେ ଥିବା ମନ୍ତେଇ ନଦୀ ଉପରେ ନିର୍ମାଣଧୀନ ସେତୁ କେବେ ଶେଷ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ପଡିଛି। ୨୦୧୫ ମସିହାରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଏହି ସେତୁ ୨୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ସିଙ୍ଗଲା କନଷ୍ଟ୍ରକଶନ କମ୍ପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଥିଲେ। ୨୦୧୫ ମସିହାରେ ଏହୁ ସେତୁ ନିର୍ମାଣ ଆରମ୍ଭ ହେବାର କିଛି ଦିନ ମଧ୍ୟରେ ନକ୍ସା ଭୁଲ ହୋଇଥିବାରୁ ନଦୀ ମଧ୍ୟରେ ନିର୍ମାଣଧୀନ ଥିବା ୨ଟି ଖୁମ୍ବ ମଧ୍ୟରୁ ଗୋଟିଏ ଖୁମ୍ବ ଭାଙ୍ଗି ପଡିଥିଲା। ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ସିଙ୍ଗଲା କନଷ୍ଟ୍ରକ୍‍ସନ କମ୍ପାନୀ ରାଜ୍ୟ ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗକୁ ଦୋଷ ଦେଇ ଚାଲିଥିବା ବେଳେ ,ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅର୍ନ୍ତଦେଶୀୟ ଜଳପଥ ପ୍ରାଧୀକରଣ ସଂସ୍ଥା ଉପରକୁ ଦୋଷ ଗଡାଇ ଗଡାଇ ଚାଲିଛନ୍ତି। ଫଳରେ ଧାମରା ଅଂଚଳବାସୀଙ୍କ ଆଶା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି। ଏହି ପୋଲ ନିର୍ମାଣ ହୋଇଥିଲେ ଏହି ଅଂଚଳବାସୀଙ୍କୁ କେନ୍ଦ୍ରାପଡା,ଭଦ୍ରକ ଏବଂ କଟକକୁ ସଡକ ପରିବହନରେ କମ ରାସ୍ତା ଅତିକ୍ରମ କରିବାକୁ ପଡିଥାନ୍ତା। ଏହି ପୋଲର ଶେଷ ନକ୍ସା ଆଜି ପର୍ଯ୍ୟନ୍ତ ସଂପୃକ୍ତ କମ୍ପାନୀ ଠିକ ଭାବରେ ନିର୍ମାଣ କରି ରାସ୍ତା ଗୃହ ବିଭାଗକୁ ଦେବାକୁ ସଫଳ ହୋଇ ପାରି ନାହିଁ ବୋଲି ମଧ୍ୟ ବିଭାଗୀୟ ଅଧିକାରୀ ମତ ରଖିଛନ୍ତି।  ସିଙ୍ଗଲା କନଷ୍ଟ୍ରକସନ ବିରୋଧରେ ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି। ଭଦ୍ରକ ଠାରେ ଅବସ୍ଥାପିତ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ଏହି କାର୍ଯ୍ୟ ଆସନ୍ତା ଡିସେମ୍ବର ମାସ ନଚେତ ମାର୍ଚ ୨୦୨୦ ସୁଦ୍ଧା ଶେଷ ହେବ ବୋଲି ଆଶାବାଦୀ ଥିବା ବେଳେ ପୋଲର ଅର୍ଦ୍ଧାଧିକ କାର୍ଯ୍ୟ ବାକି ରହିଛି ଏବଂ ବ୍ୟୟ ଅଟକଳରୁ ଅର୍ଦ୍ଧେକ (୧୦କୋଟି)ଟଙ୍କା ଠିକାସଂସ୍ଥା ନେଇ ସାରିଥିବା ବେଳେ କିପରି ଏହା ଆଗାମୀ ମାର୍ଚ ସୁଦ୍ଧା ଶେଷ ହେବ ସେ ନେଇ ସ୍ଥାନୀୟ ବୁଦ୍ଧିଜିବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories