www.samajalive.in
Monday, December 8, 2025
27.1 C
Bhubaneswar

ଏହି ୩ ରାଶିର ଲୋକଙ୍କ କ୍ଷେତ୍ରରେ ରହିଛି ପ୍ରେମ ବିବାହର ଅଧିକ ସମ୍ଭାବନା

ସାଧାରଣତଃ ପୁଅ ହୁଅନ୍ତୁ ଅବା ଝିଅ ସମସ୍ତେ ନିଜ ଜୀବନସାଥୀଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାଆନ୍ତି। ସମସ୍ତେ ନିଜ ମନ ମୁତାବକ ଜୀବନସାଥୀଟିଏ ପାଇବାକୁ ଆଶା କରିଥାଆନ୍ତି। ହେଲେ କାହାକୁ ନିଜ ପସନ୍ଦ ମୁତାବକ ଜୀବନସାଥୀଟିଏ ମିଳେ ତ ଆଉ କାହାକୁ ମିଳେନାହିଁ। ଭବିଷ୍ୟତ ଜୀବନ ଖୁସିରେ ବିତାଇବା ପାଇଁ କିଛି ଲୋକ ପ୍ରେମ ବିବାହ କରନ୍ତି ତ ଆଉ କିଛି ଘର ଲୋକଙ୍କ ଦ୍ବାରା ବିବେଚିତ ପାତ୍ରଙ୍କୁ ବିବାହ କରିଥାଆନ୍ତି। ତେବେ ଏପରି କିଛି ରାଶିର ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କଠାରେ ପ୍ରେମ ବିବାହ କରିବାର ସମ୍ଭବନା ଅଧିକ ଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ପୁଅ/ଝିଅମାନଙ୍କର ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ଥାଏ –

ମେଷ- ଏହି ରାଶିର ଲୋକେ ସାଧାରଣତଃ ଶାନ୍ତ ସ୍ବଭାବର ହୋଇଥାଆନ୍ତି। ମେଷ ରାଶିର ବ୍ୟକ୍ତି ଅନ୍ୟମାନଙ୍କ ଭାବନାକୁ ଭଲ ଭାବେ ବୁଝନ୍ତି। ଏମାନେ ନିଜ ସାଥୀକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ଅଧିକ ପ୍ରେମ ବିବାହ କରନ୍ତି। ଏମାନେ ଦାମ୍ପତ୍ୟ ଜୀବନରେ ପ୍ରଥମେ କିଛି ସମସ୍ୟାର ସମ୍ମୁଖୀନ ହେବେ ସତ କିନ୍ତୁ ଧିରେ ଧିରେ ସବୁକିଛି ଠିକ୍ ହୋଇଯିବ।

- Advertisement -

କୁମ୍ଭ- ଏହି ରାଶିର ଲୋକେ ଗମ୍ଭୀର ସ୍ବଭାବର ହୋଇଥାଆନ୍ତି। କିନ୍ତୁ ପ୍ରେମ ମାମଲାରେ ଏମାନେ ବହୁତ ରୋମାଣ୍ଟିକ ଥାଆନ୍ତି। ତେଣୁ ଏହି ରାଶିର ପୁଅ-ଝିଅମାନେ ଅଧିକ ପ୍ରେମ ବିବାହ କରିଥାନ୍ତି। ବିବାହ ପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଏମାନେ ପରିସ୍ଥିତିକୁ ସାମ୍ନା କରିବା ସହ ସମାଧାନ କରନ୍ତି। କୁମ୍ଭ ରାଶିର ଲୋକେ ବୁଝିବିଚାରି ସବୁ କାମ କରନ୍ତି। ସେମାନେ ପ୍ରେମ ବିବାହ ବା ଲଭ ମ୍ୟାରେଜରେ ଅଧିକ ବିଶ୍ବାସ କରନ୍ତି।

ମକର- ପ୍ରେମ ବିବାହ ମାମଲାରେ ଏହି ରାଶିର ଲୋକେ ବହୁତ ଭାଗ୍ୟଶାଳୀ ହୋଇଥା’ନ୍ତି। ଏହି ରାଶିର ଲୋକଙ୍କୁ ନିଜ ପ୍ରେମ ମିଳିବାରେ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ। ଏମାନେ ଚାରିଆଡ଼େ ପ୍ରେମର ପରିବେଶ ସୃଷ୍ଟି କରନ୍ତି ଏବଂ ସର୍ବଦା ନିଜ ସାଥୀଙ୍କୁ ଖୁସିରେ ରଖନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories