www.samajalive.in
Thursday, December 11, 2025
13.1 C
Bhubaneswar

ଧାନକଟା ମେସିନରେ ଚାପି ହୋଇ ବାଳକ ମୃତ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗାନ୍ଧି ଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ଆଜି ଏକ ଥ୍ରେସର ମେସିନ ଓଲଟି ଯିବା ଫଳରେ ଜଣେ ବାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ମୁରାରୀ ଭୋଇଙ୍କ ପୁଅ ସୁଜଲ ଭୋଇ(୯) । ଏହି ଦୁର୍ଘଟଣରେ ବାସୁଦେବ ପଟେଲଙ୍କ ପୁଅ ପିୟୁଷ ପଟେଲ(୧୧) ଗୁରୁତର ହୋଇଥିବା ଜଣାଯାଇଛି । ସୂଚନାନୁସାରେ ଚାନ୍ଦିନୀମାଲ ପଞ୍ଚାୟତ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ବାସୁଦେବ ପଟେଲଙ୍କ କ୍ଷେତକୁ ସେହିଗ୍ରାମର ମୁରାରୀ ଭୋଇଙ୍କ ଧାନକଟା ​‌ମେସିନ ନିଆଯାଉଥିଲା ବେଳେ କୌଣସି କାରଣରୁ ଓଲଟି ପଡ଼ିଥିଲା ।

ତେବେ ମେସିନ ଉପରେ ଉତ୍ସାହିତ ହୋଇ ବସିଥିବା ଦୁଇ ବାଳକ ସୁଜଲ ଓ ପିୟୁଷ ଦୁର୍ଘଟଣା ଫଳରେ ମେସିନରୁ ତଳକୁ କଚାଡ଼ି ହୋଇ ପଡ଼ିଥିବା ବେଳେ ସୁଜଲଙ୍କ ଦେହ ଉପରେ ମେସିନଟି ପଡ଼ିଯାଇଥିଲା । ଉପସ୍ଥିତ ଲୋକେ ମେସିନ ତଳୁ ଉଦ୍ଧାର କରି ଥିଲେ ହେଁ ଘଟଣାସ୍ଥଳରେ ସୁଜଲଙ୍କ ମୃତ୍ୟୁ ଘଟିଥିଲା । ଅପରପକ୍ଷେ ଗୁରୁତର ଆହତ ପିୟୁଷକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ଖବର ପାଇ ବ୍ରଜରାଜନଗର ଆଇଆଇସି ନଳିତା ମୋଦି ଏବଂ ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories