କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ତଥା ତୁମୁସିହା ଥାନା ଅନ୍ତର୍ଗତ ଆଉଁଳାବେରେଣୀ ଗ୍ରାମର ଜୁଆଙ୍ଗ ବସ୍ତିର ଜଣେ ନାବାଳକଙ୍କର ଗୁରୁବାର ପୋଖରୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବାଳକ ଜଣକ ହେଲେ ବିଭୁତି ପଧାନଙ୍କ ୧୦ ବର୍ଷର ପୁଅ ପ୍ରଭାକର। ପ୍ରଭାକର ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ସାଙ୍ଗମାନେ ତୁରନ୍ତ ଘରଲୋକଙ୍କୁ ଖବର ଦେଇଥିଲେ। ଘରଲୋକେ ପହଞ୍ଚି ପ୍ରଭାକରଙ୍କୁ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Popular Categories



