www.samajalive.in
Thursday, December 11, 2025
26.1 C
Bhubaneswar

ବୌଦ୍ଧ ଜିଲାପରିଷଦ ବୈଠକ : ଉନ୍ନୟନ କାର୍ଯ୍ୟ ନେଇ ସମୀକ୍ଷା

ବୌଦ୍ଧ : ବୌଦ୍ଧ ଜିଲାପରିଷଦ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ଭବନଠାରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲାପରିଷଦର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରବି ନାରାୟଣ ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲାପରିଷଦ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ଜିଲାରେ ୧୮୭୪୬ ଟି ଅସମ୍ପୂର୍ଣ୍ଣ ଆବାସ ଗୃହ ମଧ୍ୟରୁ ୩୫୯ ଗୋଟି ଚଳିତବର୍ଷ ସମ୍ପୂର୍ଣ୍ଣ ହୋଇଛି ଏବଂ ବଳକା ଗୃହଗୁଡିକ ବିଭିନ୍ନ ପର୍ଯ୍ୟାଳୟରେ ରହିଥିବାରୁ ସେଗୁଡିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହପରି ମୋ ଘର ଯୋଜନାରେ ଜିଲାରେ ୩୫୦୧ ଆବେଦନକାରୀ ପଞ୍ଜୀକୃତ କରିଥିଲେହେଁ ୨୭୨୨ ଜଣ ଗୃହ ଋଣ ପାଇଁ ଆବଦେନ କରିଛନ୍ତି। ଏହି ଆବଦେନ ଗୁଡିକୁ ୭ ଦିନ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ଜିଓ ଟ୍ୟାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମିଳିଥିବା ଦରଖାସ୍ତ ଗୁଡିକ ମଧ୍ୟରୁ ୨୭୫ଟି ଦରଖାସ୍ତକୁ ବିଚାରଯୋଗ୍ୟ ବିବେଚନା କରାଯାଇ ବ୍ୟାଙ୍କ ଗୁଡିକୁ ସୁପାରିଶ କରାଯାଇଥିବା ସୂଚନା ଦିଆଯାଇଥିଲା। ଓଡିଏଫ ପ୍ଲସରେ ନିର୍ମିତ ପାଇଖାନା ଗୁଡିକୁ ଯେପରି ହିତାଧିକାରୀମାନେ ବ୍ୟବହାର କରିବେ ସେଥିପ୍ରତି ସଚେତନତା ସୃଷ୍ଟି କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲାରେ ୪ର୍ଥ ପର୍ଯ୍ୟାୟରେ ୧୯ଗୋଟି ହାଇସ୍କୁଲ କୁ ୫ଟି ଅଧିନରେ ରୁପାନ୍ତରିତ କରାଯିବ। ସେଥି ନିମନ୍ତେ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଆଗେଇ ଚାଲିଥିବାବେଳେ କାର୍ଯ୍ୟ ଗୁଡିକର ଗୁଣାତ୍ମକ ମାନ ଯେପରି ବଜାୟ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକୁ ତୁରନ୍ତ ଆରମ୍ଭ କରିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ। ଏହି ମାସିକ ସମୀକ୍ଷା ବୈଠକରେ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ,କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ,ମନରେଗା ଆମ୍ବୁଡ୍ସ ପର୍ସନ ଡ. ଦିଲ୍ଲିପ କୁମାର ମହାପାତ୍ର, ଡେପୁଟି ଡାଇରେକ୍ଟର ପ୍ଲାନିଂ ଏମାନୁଏଲ ସୋରେଙ୍ଗ, ସମସ୍ତ ବ୍ଲକ ଯନ୍ତ୍ରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ଯୋଗଦେଇଥିଲେ।

Hot this week

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

Related Articles

Popular Categories