mission shakti banner

ବୌଦ୍ଧରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍‍ଘାଟିତ

nua o banner

ବୌଦ୍ଧ: ବୌଦ୍ଧ ସହର ସ୍ଥିତ ପୁରୁଣାବ୍ଲକ ଛକ ଠାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି ଏହି ଅବସରରେ ବିଭାଗୀୟ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ଏଥିରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଅତିରିକ୍ତ ଆରକ୍ଷି ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ଡିଏସପି ସାଲେଷ୍ଟିନ ଟିଗା, ଡଏସପି ତପସ୍ୱିନୀ କହଁର, ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ, ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ବାଉଁଶୁଣି ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାଇଗୁରୁ ,ପୁରୁଣା କଟକ ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀ ଏବଂ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ଉପସ୍ଥିତ ଥିବାବେଳେ ସମସ୍ତ ପୁଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ

Comments are closed.