ବୌଦ୍ଧ: ବୌଦ୍ଧ (କନିଷ୍ଠ)ମହିଳା ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁଙ୍କ ଅଧ୍ୟକ୍ଷତାରେ ସଖୀ- ୱାନଷ୍ଟପ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଇନ ପରାମର୍ଶଦାତା ଅମ୍ରିତ କୁମାର ପ୍ରଧାନ ଯୋଗଦେଇ ମହିଳାଙ୍କ ଉପରେ ହେଉଥିବା ବିଭିନ୍ନ ହିଂସାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ । ମହିଳାମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସଂପର୍କରେ ସେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ କାଉନସେଲର ଅରୁନ୍ଧତୀ ବେହେରା ଓ ଏଏନଏମ ବର୍ଷାରାଣୀ ନାଏକ ଯୋଗଦେଇ ମହିଳା ତଥା ଶିଶୁମାନଙ୍କ କ୍ଷେତ୍ରରେ ହେଉଥିବା ହିଂସାର ସମାଧାନ ପାଇଁ ସହାୟତା କିପରି ବିନା ମୂଲ୍ୟରେ ମିଳିପାରିବ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ସାମାଜ ବିଜ୍ଞାନ ବିଭାଗର ଅଧ୍ୟାପିକା ତନୁଶ୍ରୀ କର୍ଣ୍ଣ ମହିଳାମାନଙ୍କ ଉପରେ ହେଉଥଇବା ହିଂସାତ୍ମକ ଦିଗ ସବୁର କାରଣ ଓ ନିରାକରଣ ଉପରେ ତାଙ୍କର ବକ୍ତବ୍ୟରେ ସୂଚାଇବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
Popular Categories



