www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧଜିଲା ହାବିଳଦାର ଓ କନେଷ୍ଟବଳ ସଂଘ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ: ବୌଦ୍ଧଜିଲା ହାବିଳଦାର ଓ କନେଷ୍ଟବଳ ସଂଘ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନିୟ ଇରିଗେସନ କଲୋନୀଠାରେ ଦୁଇ ଦିନିଆ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଡିଏସପି ଧିରେନ୍ଦ୍ର ନାଥ ସ୍ୱାଇଁ, ଡିଏସପି ଡିଆଇବି ଦେବାଶିଷ ଧଳ, ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ପଞ୍ଚମ ଆଇଆରବି ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ୍‌  ଅନିଲ ପ୍ରଧାନ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍‌  ଦିଲ୍ଲୀପ ପ୍ରଧାନ, ଜିଲା ଓକିଲ ସଂଘର ସଭାପତି ତାରେଣି ମହାପାତ୍ର, ଜିଲା ହାବିଳଦାର ଓ କନେଷ୍ଟବଳ ସଂଘର ସଭାପତି ବୁଲୁ କୁମାର ମିଶ୍ର ଯୋଗଦେଇଥିଲେ ।

ଏହି ପ୍ରତିଯୋଗିତାରେ ୨୫ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଜାତୀୟ ରେଫରୀ  ବଦ୍ରିନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ  ରେଫରୀ ଭାବରେ ସୁବ୍ରତ ପୁରୋହିତ, ବିବେକ କର୍ଣ୍ଣ ପ୍ରମୁଖ ଯୋଗଦେଇ ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ । ହାବିଳଦାର ଓ କଷ୍ଟେବଳ ସଂଘ ପକ୍ଷରୁ କୁମରମଣି ନାୟକ, ଅଜିତ ଗାଈଗୌରିଆ, ତୁସାରକାନ୍ତି ବେହେରା, ସଂଘର ସଂପାଦକ ହୃଷିକେଶ ମେହେର, କୌଳାସ ସେଠୀ, ସୁଶାନ୍ତ ବରାଳ, ଜିତେନ୍ଦ୍ର ପାଣ୍ଡେ ପ୍ରମୁଖ ମ୍ୟାଚ ପ୍ରତିଯୋଗିତା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories